fbpx
BJD SKY
BJD SKY

“ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ”, IPLରୁ ଅବସର ନେଇ ବଡ ବୟାନ ଦେଲେ କ୍ୟାପଟେନ କୁଲ

BJD

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ଜାଡେଜା ଏବଂ ଡିଭନ୍ କନୱେଙ୍କ ଦମଦାର ପ୍ରଦର୍ଶନ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ଭେଟି ଦେଇଛି । ତେବେ ମ୍ୟାଚ ପରେ ନିଜ ଅବସରକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଯହହା ଚେନ୍ନାଇ ଏବଂ ଧୋନିଙ୍କ ଫ୍ୟାନ୍ସମାନଙ୍କୁ ଏକ ଝଟକା ପରି ଲାଗିଛି । ତେବେ ମାହିଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିଜ ଅନ୍ଦାଜରେ ଅବସରକୁ ନେଇ ସୂଚନା ଦେଇଛନ୍ତି କ୍ୟାପଟେନ କୁଲ ମାହି ।

CSK captain MS Dhoni's definitive answer on retirement after IPL 2022 will make all cricket fan happy | IPL 2022

ହାଇଦ୍ରାବାଦ ଉପରେ ସହଜ ବିଜୟ ପରେ ହର୍ଷ ଭୋଗଲେଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଧୋନୀ । ଏହା ଭିତରେ ସେ ନିଜ ଅବସରକୁ ନେଇ ମଧ୍ୟ ଏକ ବଡ ସଂକେତ ଦେଇଛନ୍ତି । ଧୋନୀଙ୍କର ଏହି କଥାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚେନ୍ନାଇରେ ଦର୍ଶକଙ୍କ ପାଖରୁ ମିଳୁଥିବା ଭଲପାଇବା ଏବଂ ସ୍ନେହକୁ ଦେଖି ଭାବ ବିହୋର ହୋଇଯାଇଥିଲେ ଅଧିନାୟକ ଧୋନୀ । ସେ କହିଥିଲେ ଯେ, ଦୁଇ ବର୍ଷ ପରେ ଏହି ମଇଦାନରେ ଆସି ମ୍ୟାଚ ଦେଖିବାକୁ ସୁଯୋଗ ପାଇଛନ୍ତି ଏଠାକାର ଦର୍ଶକ । ତେବେ ଏଭଳି କ୍ରାଉଡ ଆଗରେ ଖେଳିବା ବହୁତ ସ୍ପେଶାଲ ହୋଇଥାଏ । ଏହାପରେ ଧୋନୀ କହିଥିଲେ ଯେ, ‘ଆଉ କ’ଣ କହିବି, ଏବେ ସବୁ କିଛି କହିସାରିଛି । ଏହା ମୋ କ୍ୟାରିୟରର ଶେଷ ପର୍ଯ୍ୟାୟ । ତେବେ ଏଠାରେ ଖେଳିବାକୁ ଖୁବ ଭଲ ଲାଗେ । ଦର୍ଶକ ଆମକୁ ଖୁବ ଭଲପାଇବା ଆଉ ସ୍ନେହ ଦେଇଛନ୍ତି ।

However long I play…': Dhoni's 'last phase' retirement remark sends shockwaves | Cricket - Hindustan Times

ଏହାପରେ ଧୋନୀ ମ୍ୟାଚରେ ତାଙ୍କ ସାଥୀ ଖେଳାଳି ବିଶେଷ କରି ମଥୀଶା ପଥିରାନା ଏବଂ ସ୍ପିନରମାନଙ୍କର ଖୁବ ପସନ୍ଦ କରିଛନ୍ତି । ତେବେ ଏହା ଭିତରେ ସେ ବ୍ୟାଟିଂ ପାଇଁ ଅଧିକ ସୁଯୋଗ ପାଉ ନଥିବା ମଧ୍ୟ କହିଛନ୍ତି । ଧୋନୀଭ୍କର ଏହି ବୟାନ ପରେ ଫ୍ୟାନ୍ସ ଟିକିଏ ଚିନ୍ତାରେ ପଡି ଯାଇଛନ୍ତି । ଧୋନୀଙ୍କର ଏହି ବୟାନକୁ ସେମାନେ ଅବସରର ପୂର୍ବ ସଂକେତ ବୋଲି ଭାବି ନେଇଛନ୍ତି । ତେବେ ଧୋନୀ ଏପର୍ଯ୍ୟନ୍ତ ଆଇପିଏଲରୁ ଅବସର ନେଇ ନାହାନ୍ତି । କିନ୍ତୁ ଏହି ସିଜନର ତାଙ୍କ କ୍ୟାରିୟରର ଶେଷ ଆଇପିଏଲ ବୋଲି କୁହାଯାଉଛି ।

Get real time updates directly on you device, subscribe now.