fbpx

୩ଟି ବଡ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ୩ଟି ବଡ ପ୍ରକଳ୍ପ ସମ୍ପ୍ରସାରଣକୁ ଆଜି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ହିଣ୍ଡାଲକୋ, ଏନଟିପିସି ଏବଂ ରୁଙ୍ଗଟା ପ୍ରକଳ୍ପ ସମ୍ପ୍ରସାରଣକୁ ମଞ୍ଜୁରି ଦିଆଯାଇଛି । ୨୧ତମ ହାଇଲେବଲ କମିଟି ବୈଠକରେ ମିଳିଛି ଏହି ଅନୁମୋଦନ । ଏଥିରେ ମୋଟ୍ ୧୭ ହଜାର ୭୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହି ପ୍ରକଳ୍ପ ଦ୍ୱାରା ୬,୫୩୯ ନିଯୁକ୍ତି ସୃଷ୍ଟି ହେବ, ଫଳରେ ବେକାରୀ ସମସ୍ୟା ସାମାନ୍ୟ ଦୂର ହେବ ।

ହିଣ୍ଡାଲକୋ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ, ଯେଉଁଥିରେ ପ୍ରାୟ ୪୨୫୦ ଜଣ ନିଯୁକ୍ତି ପାଇବେ । ସେହିପରି ଏନଟିପିସି ପାଇଁ ୭୬୮୯ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବା ବେଳେ ରୁଙ୍ଗଟା ପାଇଁ ୨,୧୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏନେଇ ବୈଠକ ପରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଏହା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ନୀଳାଚଳ ଇସ୍ପାତ ସମ୍ପ୍ରସାରଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ଆମେ ସହମତି ଦେଇଛୁ । ଯିଏ ତାକୁ ଲାଭଦାୟକ କରିବା ସହ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ, ତାକୁ ଦିଆଯିବ। ସ୍ଥାନୀୟ ଲୋକଙ୍କ ସୁବିଧାକୁ ବି ଗୁରୁତ୍ୱ ମିଳିବ ।’

Get real time updates directly on you device, subscribe now.