fbpx

ବଦଳିଗଲେ ଭାରତର ଅଧିନାୟକ! ଏସିଆ କପରୁ ବିଦା ହେବା ପରେ ଏମିତି ନିଷ୍ପତ୍ତି ନେଲା ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଏବେ ଏସିଆ କପ୍-୨୦୨୨ରୁ ବିଦା ହୋଇ ସାରିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ଦଳ ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ହରାଇଛି । ଫଳରେ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ତେଣୁ ଟିମ ମ୍ୟାନେଜମେଣ୍ଟ ଏବେ ଦଳର ଅଧିନାୟକ ହିଁ ବଦଳାଇ ଦେଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଅଦିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ନେତୃତ୍ୱ ନେଉଛନ୍ତି କେ.ଏଲ ରାହୁଲ ।

ଭାରତ ବିପକ୍ଷରେ ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ତେବେ ଏହି ମ୍ୟାଚରେ ଏକ ଅଜବ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ । ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ମ୍ୟାଚରେ କେ.ଏଲ ରାହୁଲ ଟସ ପକାଇଛନ୍ତି । ଅର୍ଥାତ ଆଜିର ମ୍ୟାଚରେ ନେତୃତ୍ୱ ନେଉଛନ୍ତି ରାହୁଲ । ରୋହିତ ଶର୍ମା ଏହି ମ୍ୟାଚରେ ବିଶ୍ରାମ ନେଇଥିବା ରାହୁଲ କହିଛନ୍ତି ।

ତେବେ ରୋହିତଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ପ୍ରମଖ ଖେଳାଳି ମଧ୍ୟ ଏହି ମ୍ୟାଚରେ ଉପଲବ୍ଧ ନାହାନ୍ତି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଡଗ ଆଉଟରେ ବସିଛନ୍ତି । ତେବେ ତାଙ୍କ ସ୍ଥାନରେ ଦୀପକ ଚହର, ଦିନେଶ କାର୍ତ୍ତିକ ଏବଂ ଅକ୍ସର ପଟେଲଙ୍କୁ ସୁଯୋଗ ଦେଇଛି ଟିମ ଇଣ୍ଡିଆ । ସମ୍ମାନ ବଞ୍ଚାଇବା ପାଇଁ ଏହି ମ୍ୟାଚ ଖେଳୁଛି ମେନ ଇନ ବ୍ଲୁ । ଅନ୍ୟ ପକ୍ଷରେ ଆଫଗାନିସ୍ତାନ ନିଜ ଦଳରେ କୌଣସି ପରିବର୍ତ୍ତନ କରି ନାହିଁ ।

ଭାରତର ପ୍ଲେଇଙ୍ଗ ୧୧:

କେ.ଏଲ ରାହୁଲ(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ଦୀପକ ହୁଡା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱୀନ, ଦୀପକ ଚହର, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ

ଆଫଗାନିସ୍ତାନର ପ୍ଲେଇଙ୍ଗ ୧୧:

ହଜରାତୁଲ୍ଲାହ ଜଜାଇ, ରହମାନୁଲ୍ଲାହ ଗୁରବାଜ, ଇବ୍ରାହିମ ଜଦ୍ରାନ, ନଜିବୁଲ୍ଲାହ ଜଦ୍ରାନ, ମହମ୍ମଦ ନାବି(ଅଧିନାୟକ), କରିମ ଜନତ, ରାଶିଦ ଖାନ, ଅଜମାତୁଲ୍ଲାହ ଓମରଜାଇ, ମୁଜୀବ ଉର ରହମାନ, ଫରିଦ ଅହମଦ ମଲିକ, ଫଜଲହାକ ଫରୁକୀ ।

Get real time updates directly on you device, subscribe now.