fbpx

ନେତାଜୀଙ୍କ ବିଶାଳ ପ୍ରତିମା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ: କର୍ତ୍ତବ୍ୟପଥରୁ ଦେଖାଗଲା ନୂଆଦିଲ୍ଲୀର ନୂଆ ଚିତ୍ର

ନୂଆଦିଲ୍ଲୀ: ଉଦଘାଟିତ ହେଲା ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିଷ୍ଟାର ଉଦଘାଟନ କରିଛନ୍ତି ।

ଉଦଘାଟନୀ ଅବସରରେ ନେତାଜୀଙ୍କ ବିଶାଳ ପ୍ରତିମା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ୭ଟାରେ ‘କର୍ତ୍ତବ୍ୟପଥ’ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ ଙ୍କ ପ୍ରତିମାର ଅନାବରଣ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ(ଏନଡିଏମସି) ରାଜପଥର ନାମ ବଦଳାଇ ‘କର୍ତ୍ତବ୍ୟପଥ’କରିବାକୁ ମଞ୍ଜୁରୀ ମିଳିଥିଲା ।

ରାଜପଥ ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ ‘କର୍ତ୍ତବ୍ୟପଥ’ ନାମରେ ନାମିତ କରାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ମୂଲ୍ୟ ପ୍ରାୟ 20 ହଜାର କୋଟି ଅଟେ | ଏହାର ଭିତ୍ତି ପ୍ରସ୍ତର 10 ସେପ୍ଟେମ୍ବର 2020 ରେ ରଖାଯାଇଥିଲା | ଏହା ଅଧୀନରେ ନୂତନ ସଂସଦ ଗୃହ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ନୂତନ ସଂସଦ ଭବନର ଶେଷ କାର୍ଯ୍ୟ ମଧ୍ୟ ଚାଲିଛି ।

ଖାସ୍ କଥା ହେଉଛି ସେଣ୍ଟ୍ରାଲ ଭିଷ୍ଟାରେ କାମ କରୁଥିବା ଶ୍ରମଜୀବୀଙ୍କୁ ଗଣତନ୍ତ୍ର ଦିବସର ନିମନ୍ତ୍ରଣ ଦିଆଯାଇଛି । ଏହି ସମାରୋହରେ ସବୁ ଶ୍ରମିକ ଭାଗନେବେ ।

Get real time updates directly on you device, subscribe now.