fbpx
BJD SKY
BJD SKY

MKCGରେ ଖସିଲା ଶିଲିଂ: ମେଡିକାଲରେ ଅବ୍ୟବସ୍ଥାକୁ ନେଇ ଧାରଣାରେ ବିଜେପି

BJD

ବ୍ରହ୍ମପୁର: କେବେ ନିଆଁ ଲାଗୁଛି ତ ପୁଣି କେବେ ହସ୍ପିଟାଲରୁ ଖସି ପଡୁଛି ଶିଲିଂ । ଏଭଳି ବିଭିନ୍ନ ପ୍ରକାର ଅଘଟଣକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ଏମ୍କେସିଜି ମେଡିକାଲ । ଗତ କିଛି ଦିନ ତଳେ ମେଡିକାଲରେ ନିଆଁ ଲାଗି ଯାଇଥିବା ବେଳେ ଆଜି ପୁଣି ଏକ ଅଘଟଣ ଘଟିଯାଇଛି । ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି ।

ସୌଭାଗ୍ୟବଶତଃ ଏହି ସ୍ଥାନରେ କେହି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନ ଥିବାରୁ କାହାର କିଛି କ୍ଷତି ହୋଇନାହିଁ । ତେବେ କିଛି ଦିନ ପୂର୍ବରୁ ଏହି ୟୁରୋଲୋଜି ୱାର୍ଡରେ ନିଆଁ ଲାଗିଯାଇଥିଲା । ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।

କିଛିଦିନ ପୂର୍ବରୁ ଏହି ମେଡିକାଲର ୪ର୍ଥ ମହଲାରେ ମଧ୍ୟ ଶିଲିଂ ଖସିଥିଲା । ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାରମ୍ବାର ମେଡିକାଲରେ ଏପରି ଅଘଟଣକୁ ବିରୋଧ କରିଛି ବିଜେପି । ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।

Get real time updates directly on you device, subscribe now.