fbpx

(Video) ୟୁଜବେନ୍ଦ୍ର ଚହଲଙ୍କୁ ମାଡ଼ ବୃଷ୍ଟି କରିଦେଲେ ଅଧିନାୟକ ରୋହିତ: ଦୁମଦାମ ଲଦିଗଲେ ଚାପୁଡ଼ା-ବିଧା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ ବର୍ତ୍ତମାନ ୧-୧ରେ ବରାବର ହୋଇଯାଇଛି । ତେଣୁ ସିରିଜର ତୃତୀୟ ତଥା ଶେଷ ଦିନିକିଆ ଫାଇନାଲ ମ୍ୟାଚ ଭାବରେ ଖେଳାଯିବ । ତେବେ ଏହି ମ୍ୟାଚ ଅତି ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । କିନ୍ତୁ ଏହା ଭିତରେ ମ୍ୟାଚ ସମୟର ଆଉ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଟିମ ଇଣ୍ଡିଆର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ଅଧିନାୟକ ରୋହିତ ଶର୍ମା ନିର୍ଦ୍ଧୁମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳରୁ ବାଦ୍ ପଡ଼ିଥିଲେ । ତେଣୁ ଉଭୟଙ୍କ ସହ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଫାଷ୍ଟ ବୋଲର ଜୟଦେବ ଉନାଦକଟ ଡଗ୍ ଆଉଟରେ ବସିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି । ୱେଷ୍ଟଇଣ୍ଡିଜ ପାଳିର ୨୪ତମ ଓଭର ବେଳେ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପିଠିରେ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଅଧିନାୟକ ରୋହିତ ଶର୍ମା । ଚହଲ ପ୍ରଥମେ ରୋହିତଙ୍କୁ କିଛି କହୁଥିବାର ଦେଖାଯାଇଛି, ଯାହାପରେ ରୋହିତ ଚହଲଙ୍କୁ ପିଟିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି । ମାଡ଼ରେ ଚହଲ ନିଜ ପିଠିରେ ଯନ୍ତ୍ରଣା ଅନୁଭବ କରିଥିବା ମନେ ହେଉଛି । ତେବେ ରୋହିତଙ୍କର ଏହି କାରନାମା ଦେଖି ପାଖରେ ଥିବା ବିରାଟ କୋହଲି ଏବଂ ଜୟଦେବ ଉନାଦକଟ ଏହାର ଖୁବ ମଜା ନେଇଛନ୍ତି ।

ତେବେ ରୋହିତ ଏବଂ ଚହଲଙ୍କ ମଧ୍ୟରେ କିଛି ମଜା ମସ୍ତି ଚାଲୁଥିବା ବେଳେ ରୋହିତ ଚହଲଙ୍କୁ ଥଟ୍ଟାରେ ମାଡ଼ ମାରିଛନ୍ତି । ତେବେ ଏହା ଦେଖି ବିରାଟ, ଜୟଦେବଙ୍କ ସହ ରୋହିତ ଏବଂ ଚହଲ ମଧ୍ୟ ହସୁଥିବାର ଏହି ଭିଡିଓରେ ଦେଖାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଅନେକ ୟୁଜର ଏହାକୁ ପସନ୍ଦ କରିବା ସହ ମଜାକିଆ କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡ ପ୍ରଦର୍ଶନରେ ଭାରତକୁ ପରାସ୍ତ କରି ସିରିଜ ବରାବର କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.