fbpx
BJD
BJD SKY
BJD SKY

ଇତିହାସ ସୃଷ୍ଟି କଲେ ଅଧିନାୟକ ରୋହିତ: ଏହି କାରନାମାରେ ବିଶ୍ୱର ପ୍ରଥମ ଖେଳାଳି

BJD

ନୂଆଦିଲ୍ଲୀ: ୧୪ ମାସ ପରେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଟି-୨୦ କ୍ରିକେଟରେ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ପ୍ରଥମ ମ୍ୟାଚରେ ହିଁ ଦମଦାର ବିଜୟ ସହ ସେ ଟି-୨୦ ଫର୍ମାଟକୁ କମବ୍ୟାକ କରିଛନ୍ତି । ଏହି ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ସେ ପାଭିଲିୟନ ଫେରିଛନ୍ତି । କିନ୍ତୁ ଶୂନରେ ଆଉଟ ହେବା ପରେ ବି ଏକ ‘ଶତକ’ ସହ ବଡ଼ ରେକର୍ଡ ହାସଲ କରିଛନ୍ତି ଅଧିନାୟକ ରୋହିତ । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ଜିତିବା ପରେ ଏକ ବିଶାଳ ରେକର୍ଡ ରୋହିତଙ୍କ ନାଁରେ ସାମିଲ ହୋଇଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୬ ୱିକେଟରେ ବିଜୟୀ ହୋଇଛି ରୋହିତ ସେନା । ଏହି ବିଜୟ ସହ ଟି-୨୦ କ୍ରିକେଟରେ ୧୦୦ ମ୍ୟାଚ ଜିତିଥିବା ବିଶ୍ୱର ପ୍ରଥମ ଖେଳାଳି ପାଲଟିଛନ୍ତି ରୋହିତ । ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚ ରୋହିତଙ୍କ କ୍ୟାରିୟରର ୧୪୯ତମ ମ୍ୟାଚ ରହିଥିଲା, ଯେଉଁଥିରେ ସେ ଏକ ଦମଦାର ବିଜୟ ହାସଲ କରିଛନ୍ତି । ରୋହିତ ନିଜ କ୍ୟାରିୟରରେ ୧୦୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪୬ଟି ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୨ ବଲ ଖେଳି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି ରୋହିତ ଶର୍ମା । ରନ୍ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଶୁଭମନ ଗିଲଙ୍କ ସହ ଭୁଲ ବୁଝାମଣା ଯୋଗୁଁ ରୋହିତ ପାଭିଲିୟନ ଫେରିଥିଲେ ।

ତେବେ ଅଧିନାୟକ ରୋହିତଙ୍କ ପରେ ଏହି ତାଲିକାରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ଏବଂ ଟିମ ଇଣ୍ଡିଆର କିଙ୍ଗ କୋହଲି ମଧ୍ୟ ସାମିଲ ରହିଛନ୍ତି । ଶୋଏବ ମଲିକ ୨୦୦୬ରେ ଡେବ୍ୟୁ କରିଥିବା ବେଳେ ୮୬ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହାପରେ ୭୩ ବିଜୟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ଚତୁର୍ଥ ସ୍ଥାନରେ ମହମ୍ମଦ ହଫିଜ(୭୦) ଏବଂ ମହମ୍ମଦ ନବୀ(୭୦) ଏହି ତାଲିକାରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.