fbpx

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀ ବାଛିବା ସମୟରେ ପରଖି ନିଅନ୍ତୁ ଏହି ସବୁ ଅଭ୍ୟାସ, ବୈବାହିକ ଜୀବନ ହେବ ସୁଖମୟ

ବର୍ତ୍ତମାନ ସାରା ଦେଶରେ ୱେଡିଙ୍ଗ ସିଜନ ଜାରି ରହିଛି । ତେବେ ବିବାହ କରିବା ପାଇଁ ଅନେକ ଲୋକେ ଶୀତଋତୁକୁ ଉପଯୁକ୍ତ ମନେକରୁଥିବା କାରଣରୁ ଅନେକ ଲୋକ ଏହି ସମୟରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ପିତାମାତା ମଧ୍ୟ ନିଜ ସନ୍ତାନଙ୍କ ବିବାହରେ କୌଣସି ପ୍ରକାରର ହେଳା କରିନଥାନ୍ତି । ଅନ୍ୟପକ୍ଷରେ ଉଭୟ ପୁଅ ଏବଂ ଝିଅ ଚାହିଁଥାନ୍ତି ଯେ ବିବାହରେ ସେମାନଙ୍କର ପ୍ରତ୍ୟେକ ଇଚ୍ଛା ତଥା ସେମାନଙ୍କ ପସନ୍ଦ-ନାପସନ୍ଦର ବିଶେଷ ଧ୍ୟାନ ଦିଆଯାଉ । ବିଶେଷ କରି ଆରେଞ୍ଜ ମ୍ୟାରେଜରେ ।

କିନ୍ତୁ ଏହି ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଆସିଥାଏ ଲାଇଫ ପାର୍ଟନର ବାଛିବା ସମୟରେ । କାରଣ ବିବାହ ଏପରି ଏକ ନିଷ୍ପତ୍ତି ଯାହା ଭୁଲ ହେଲେ ଆପଣଙ୍କୁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ । ଯଦି ଠିକ ସମୟରେ ଆପଣ ଉଚିତ ନିଷ୍ପତ୍ତି ନନିଅନ୍ତି ତେବେ ଭବିଷ୍ୟତରେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେବେ ଏହା ଏପରି ଏକ ନିଷ୍ପତ୍ତି ଯାହା ନେବା ସମୟରେ ଆପଣଙ୍କର ତରବର ହେବା ଉଚିତ ନୁହେଁ । ଯଦିି ବିବାହ ପାଇର୍ ଆପଣଙ୍କ ପରିବାର ପୁଅ କିମ୍ବା ଝିଅ ଦେଖୁଛନ୍ତି ତେବେ ଆପଣ ପ୍ରଥମେ ନିଜର ପସନ୍ଦ ଅପସନ୍ଦ ପ୍ରଥମେ ସ୍ପଷ୍ଟ ଭାବରେ କହିଦିଅନ୍ତୁ । ଯଦି ଆପଣଙ୍କୁ କେହି ପସନ୍ଦ ଅଛନ୍ତି ଆପଣ ତାହା ମଧ୍ୟ ମାତା ପିତାଙ୍କୁ କୁହନ୍ତୁ । ଚୁପ ରହି ସେମାନଙ୍କ ନିଷ୍ପତ୍ତିରେ ହଁ କରନ୍ତୁ ନାହିଁ । କାରଣ ଏହା ଏପରି ଏକ ନିଷ୍ପତ୍ତି ଯାହା ସାହାରାରେ ଆପଣ ସାରା ଜୀବନ ବିତାଇବାକୁ ଯାଉଛନ୍ତି । ତେବେ ଜୀବନସାଥୀ ବାଛିବା ସମୟରେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।

– ବିବାହ ସାରା ଜୀବନ ପାଇଁ ନିଆଯାଇଥିବା ନିଷ୍ପତ୍ତି । ଏଥିରେ ଦୁଇ ପରିବାର ଯୋଡ଼ି ହୋଇଥାନ୍ତି । ତେବେ ଆପଣଙ୍କ ଜୀବନସାଥୀ ପାଖରେ ଏପରି କିଛି ଗୁଣ ରହିବା ଆବଶ୍ୟକ ଯାହା ଆପଣଙ୍କ ବୈବାହିକ ଜୀବନକୁ ସୁଖମୟ କରିବ । ତେଣୁ ଯଦି ଆପଣଙ୍କ ବିବାହ ପାଇଁ ଉପଯୁକ୍ତ ପାତ୍ର ଖୋଜୁଛନ୍ତି ତେବେ ଏଥିପାଇଁ ଆଦୌ ତରବର ହୁଅନ୍ତୁ ନାହିଁ । ସାରା ପରିବାର ସହିତ ବସି ଏହି ବାବଦରେ ଆଲୋଚନା କରନ୍ତୁ । ଯଦି ଏହି କଥା ସମସ୍ତଙ୍କ ସାମ୍ନାରେ ଆପଣ କହିପାରୁନାହାନ୍ତି ତେବେ ପରିବାରରେ ଯିଏ ଆପଣଙ୍କର ସବୁଠାରୁ ନିକଟତମ ଲୋକ ତାଙ୍କ ସହିତ ଆପଣ ଏ ବିଷୟରେ କଥା ହୁଅନ୍ତୁ । କିଛି ମାସ ଏହାକୁ ସମୟ ଦିଅନ୍ତୁ ଏହା ପରେ କଥା ଆଗକୁ ବଢ଼ାନ୍ତୁ ।

– ବିବାହ ଫିକ୍ସ ହେବା ପୂର୍ବରୁ ପ୍ରଥମେ ଆପଣ ପୁଅ ବା ଝିଅଙ୍କ ସହିତ କିଛି ସମୟ ବିତାନ୍ତୁ । ସେମାନେ ଦେଖିବାକୁ ଆସିବା ଦିନ ହିଁ ଆପଣ ଏକୁଟିଆରେ କଥା ହୁଅନ୍ତୁ । ଉଭୟ ଉଭୟଙ୍କୁ କିଛି ସମୟ ଦିଅନ୍ତୁ ଯେଉଁ ସମୟରେ ଆପଣ ତାଙ୍କର ପସନ୍ଦ ଅପସନ୍ଦ, ତାଙ୍କର ବିଚାର, ଚିନ୍ତାଧାରାକୁ ବୁଝିପାରିବେ । ସେହି ସମୟରେ ଆପଣ ତାଙ୍କ ପାଖରେ ନିଜ ମନର କଥା ମଧ୍ୟ ବ୍ୟକ୍ତି କରି ଏହା ମଧ୍ୟ ଜାଣି ପାରିବେ ଯେ ତାଙ୍କର ଆଉ ଆପଣଙ୍କର ବିଚାର ମିଶୁଛି କିମ୍ବା ନାହିଁ । ଯଦି ସମସ୍ତ କଥାରେ ଆପଣଙ୍କର ତାଙ୍କ ସହିତ ସକାରାତ୍ମକ ଭାବରେ ମେଳ ଖାଏ ତେବେ ଆଗକୁ ବଢ଼ନ୍ତୁ । ଏହା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।

– ଜୀବନସାଥୀ ଏପରି ହେବା ଉଚିତ ଯାହାଙ୍କର ହବିସ ଏବଂ ଇଣ୍ଟରେଷ୍ଟ ଆପଣଙ୍କ ସହିତ ମେଳ ଖାଉଥିବ । ଜୀବନସାଥୀ ବାଛିବା ସମୟରେ ଏହି କଥାର ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । କାରଣ ଅନେକ ସମୟରେ ଆପଣଙ୍କୁ ଯେଉଁ ଜିନିଷରେ ଇ୍ଣଯରେ ଷ୍ଟ ଥାଏ ଆପଣଙ୍କ ପାର୍ଟନରଙ୍କୁ ସେହି ଜିନିଷରେ କୌଣସି ପ୍ରକାର ଆଗ୍ରହ ନଥାଏ । ଏପରି ହେବା ଦ୍ୱାରା ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ନରହିବା କାରଣରୁ ସମୟ ସମୟରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇପାରେ । ତେଣୁ ବିବାହ ପୂର୍ବରୁ ଏହା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ ।

– କିଛି ଲୋକ ପ୍ରଥମ ସାକ୍ଷାତରେ ଇମପ୍ରେସନ ବନାଇବା ପାଇଁ ଖୁବ ବଢ଼ି ଚଢ଼ି କଥା କହିଥାନ୍ତି । ଏପରି ସ୍ଥିତିରେ ପାର୍ଟନରର ଇଣ୍ଟେଲିଜେନ୍ସ ଉପରେ ମଧ୍ୟ ଧ୍ୟାନ ଦେବା ବିଶେଷ ଜରୁରୀ ହୋଇଥାଏ । ଏହା ସହିତ ଆପଣଙ୍କ ପାଠ ପଢ଼ା ଏବଂ ଚାକିରୀ ବିଷୟରେ ମଧ୍ୟ ତାଙ୍କ ସହିତ କଥା ହେବା ବେଶ ଜରୁରୀ । ଏପରି କ୍ଷେତ୍ରରେ ଆପଣଙ୍କ ପାର୍ଟନର ଆପଣଙ୍କୁ ବୁଝିବା ସହିତ ଆପଣଙ୍କ କାମକୁ ମଧ୍ୟ ବୁଝିଥାଏ । ଫଳରେ ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇର୍ ଆପଣଙ୍କୁ ତାଙ୍କଠାରୁ ସମ୍ପୂର୍ଣ୍ଣ ସପୋର୍ଟ ମିଳିଥାଏ ।

– ପରସ୍ପରକୁ ସମ୍ମାନ କରୁଥିବା ଏବଂ ସମ୍ପର୍କର ମୂଲ୍ୟ ବୁଝୁଥିବା ବ୍ୟକ୍ତି ହିଁ ଉପଯୁକ୍ତ ବ୍ୟକ୍ତି ତଥା ଜୀବନସାଥୀ ହୋଇଥାଏ । ସବୁ ସମୟରେ ନିଜ ଇଚ୍ଛାରେ କାମ କରିବା, ସବୁ ନିଷ୍ପତ୍ତି ନିଜେ ନେବା, ପ୍ରତ୍ୟେକ ଜିନିଷରେ ନିଜକୁ ଠିକ ଏବଂ ସାମ୍ନା ଲୋକଙ୍କୁ ଭୁଲ ସାବ୍ୟସ୍ତ କରୁଥିବା ବ୍ୟକ୍ତି ଉପଯୁକ୍ତ ହୋଇନଥାଏ । ଯଦି ଆପଣଙ୍କୁ ବିବାହ ପାଇଁ ପ୍ରଥମ ସାକ୍ଷାତରେ ଏପରି କିଛି ଅନୁଭବ ହେଉଛି ତେବେ ସେଠାରେ ବିବାହ ପାଇଁ ଆଦୌ ହଁ କୁହନ୍ତୁ ନାହିଁ । କାରଣ ସାରା ଜୀବନ ଆପଣଙ୍କୁ ପସ୍ତାଇବାକୁ ପଡ଼ିପାରେ ।

Get real time updates directly on you device, subscribe now.