fbpx

T-20 World Cup ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଅଧିନାୟକ ରୋହିତ ଆହତ

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ତାରିଖ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା ।

ସୂଚନା ମୁତାବକ, ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି । ଅଭ୍ୟାସ କରୁଥିବା ସମୟରେ ହିଟ୍ ମ୍ୟାନ ଆହତ ହୋଇଥିବା ଜଣାପଡ଼ିଛି । ରୋହିତଙ୍କର ଡାହାଣ ହାତରେ ଚୋଟ ଲାଗିଛି । ରୋହିତ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସହିତ ଅଧିନାୟକ ଦାୟିତ୍ୱ ତୁଲାଉଥିବାରୁ ଏହି ଖବର ଦଳ ପାଇଁ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।

ତେବେ ରୋହିତଙ୍କୁ ଲାଗିଥିବା ଚୋଟ କେତେ ଗମ୍ଭୀର ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଏଥିସହିତ ଆସନ୍ତା ଗୁରୁବାର ଦିନ ଭାରତ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବାକୁ ଯାଉଥିବା ବେଳେ ସେ ଉକ୍ତ ମ୍ୟାଚରେ ଖେଳିବେ କି ନାହିଁ ସେନେଇ ମଧ୍ୟ କିଛି ସୂଚନା ମିଳିପାରିନାହିଁ । ଦୁଇ ସେମିର ବିଜେତା ଟିମ ଦ୍ୱୟଙ୍କ ମଧ୍ୟରେ ଆସନ୍ତା ୧୩ ତାରିଖରେ ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ, ଚଳିତ ଟି-ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ ଭାରତ ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ମୋଟ ୮ ପଏଣ୍ଟ ହାସଲ କରିଛି । ଭାରତ କେବଳ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା । ପାକିସ୍ତାନ ୫ଟି ମ୍ୟାଚରୁ ୩ଟିରେ ବିଜୟ ହାସଲ କରିଛି । ପାକ୍ ଟିମ୍ ଇଣ୍ଡିଆ ଓ ଜିମ୍ବାୱେଠାରୁ ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.