fbpx
BJD
BJD SKY
BJD SKY

ବିରାଟଙ୍କ ସ୍ଥାନ ନେବେ ଅଧିନାୟକ ରୋହିତ ଶର୍ମା! ଇଂଲଣ୍ଡ ବିପକ୍ଷରେ ଭାରତର ନୂଆ ପ୍ଲାନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାତରୁ ଖସିଯିବା ପରେ ଦ୍ୱିତୀୟ ଟେଷ୍ଟ ବିଜୟ ଉପରେ ନଜର ରଖିଛି ଟିମ ଇଣ୍ଡିଆ । ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟରେ ଭାରତ ବିଜୟ ସହ କମବ୍ୟାକ କରିବାକୁ ଆଶା ରଖିଛି । ସେଥିପାଇଁ ଦଳରେ ପରିବର୍ତ୍ତନ କରିବା ସହିତ ଏକ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ରୋହିତ ଏହି ମ୍ୟାଚରେ ଅନେକ ଏକ୍ସପେରିମେଣ୍ଟ କରିପାରନ୍ତି ବୋଲି କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଦୀପ ଦାସଗୁପ୍ତା । ଦ୍ୱିତୀୟ ଟେଷ୍ଟରେ ରୋହିତ ବିରାଟ କୋହଲିଙ୍କ ସ୍ଥାନ ନେଇପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ୨-୩ଟି ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଏହାପରେ ମଧ୍ୟ ଅଧିନାୟକ ରୋହିତ ଶର୍ମା ନିଜ ସ୍ଥାନ ପରିବର୍ତ୍ତନ କରିପାରନ୍ତି । ଓପନିଙ୍ଗ ଛାଡ଼ି ମଧ୍ୟକ୍ରମରେ ଖେଳିପାରନ୍ତି ଅଧିନାୟକ ରୋହିତ । ଟେଷ୍ଟରେ ଲଗାତାର ରୋହିତଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଦେଢ ବର୍ଷ ମଧ୍ୟରେ ରୋହିତ ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଦେଖାଯାଉଛି । ତେଣୁ ବତ୍ତମାନ ସେ ନିଜ ପୋଜିସନ୍ ପରିବର୍ତ୍ତନ କରିବା ଉଚିତ ବୋଲି କହିଛନ୍ତି ଦୀପ ଦାସଗୁପ୍ତା । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରୋହିତ ଓପନିଙ୍ଗ କରିବା ପରିବର୍ତ୍ତେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଉଚିତ୍ । ବିରାଟ କୋହଲିଙ୍କ ସ୍ଥାନରେ ଖେଳି ସେ ନିଜ ଲୟ ଫେରି ପାଇବାକୁ ଚେଷ୍ୟା କରିପାରନ୍ତି ।

ବର୍ତ୍ତମାନ ରାହୁଲ ଏବଂ ଜାଡେଜାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ମଧ୍ୟକ୍ରମ ଦୁର୍ବଳ ମନେ ହେଉଛି । ତେଣୁ ରୋହିତ ଏହି ସ୍ଥାନରେ ଦଳକୁ ମଜବୁତ କରିପାରନ୍ତି । ଏହାଦ୍ୱାରା ବିପକ୍ଷ ଦଳ ଉପରେ ମଧ୍ୟ ଚାପ ପକାଯାଇ ପାରିବ । ତେବେ ଏମିତି ହେଲେ, ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ଦଳର ଓପନିଙ୍ଗ ଦାୟିତ୍ୱ ଦେବା ଉଚିତ୍ । ଏହାପରେ ରଜତ ପାଯିଦାର ଏବଂ ଚତୁର୍ଥ ସ୍ଥାନରେ ଅଧିନାୟକ ରୋହିତ ବ୍ୟାଟିଂ କରିପାରନ୍ତି । ଏହାବ୍ୟତୀତ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ୪ ସ୍ପିନ ବୋଲରଙ୍କୁ ମଧ୍ୟ ସୁଯୋଗ ଦିଆ ଯାଇପାରେ । ଏହି ମ୍ୟାଚ ପାଇଁ କୁଳଦୀପ ଯାଦବ ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଦଳରେ ସାମିଲ କରାଯିବା ଉଚିତ୍ ।

ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ରଜତ ପାଟିଦାର, ରୋହିତ ଶର୍ମା(ଅଧିନାୟକ), ଶ୍ରେୟସ ଆୟର, କେ.ଏସ ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱୀନ, ସରଫରାଜ ଖାନ୍/ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ/କୁଳଦୀପ ଯାଦବ

Get real time updates directly on you device, subscribe now.