fbpx

ଇତିହାସ ସୃଷ୍ଟି କରିବେ ଅଧିନାୟକ ସୂର୍ଯ୍ୟକୁମାର! ଦରକାର ଅଛି ୬୦ ରନ୍, ମିଳିବ ନୂଆ ଉପଲବ୍ଧି

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-୨୦ ଖେଳିବ ଟିମ ଇଣ୍ଡିଆ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ପ୍ରଥମ ୨ଟି ଟି-୨୦ରେ ବିଜୟ ହାସଲ କରି ଭାରତ ସିରିଜ ଉପରେ କବଜା କରିବାର ନିକଟତର ହୋଇଛି । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଏହାବ୍ୟତୀତ ଅଧିନାୟକ ସୂର୍ଯ୍ୟକୁମାରଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଖୁବ ସ୍ପେଶାଲ ରହିବ । ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ତାଙ୍କ ଅପେକ୍ଷାରେ ରହିଛି । ଏହି ବିରାଟ ଇତିହାସରୁ ମାତ୍ର ୬୦ ରନ୍ ଦୂରରେ ରହିଛନ୍ତି ସୂର୍ଯ୍ୟକୁମାର ।

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ତୃତୀୟ ମ୍ୟାଚ । ପ୍ରଥମ ୨ଟି ମ୍ୟାଚରେ ବିଜୟ ପରେ ଆଜିର ବିଜୟ ଭାରତକୁ ସିରିଜ ବିଜୟୀ କରାଇପାରିବ । ସେହିପରି ଯଦି ଅଷ୍ଟ୍ରେଲିଆ ଏଥିରେ ବିଜୟ ହାସଲ କରେ, ତେବେ ଟି-୨୦ ଦଳ ସିରିଜକୁ ବଞ୍ଚାଇବାର ଆଶା ପାଇପାରିବ । ତେବେ ଆଜିର ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ୬୦ ରନ୍ ଖୁବ ସ୍ପେଶାଲ ହେବାକୁ ଯାଉଛି । ଏହି ୬୦ ରନ୍ ହାସଲ କଲେ ସୂର୍ଯ୍ୟକୁମାର ଏକ ବିରାଟ ଇତିହାସ ଲେକିବାରେ ସଫଳ ହୋଇପାରିବେ । ଏହି ତାଲିକାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୩ ଜଣ ଭାରତୀୟ ପହଞ୍ଚି ପାରିଛନ୍ତି । ଏହି ୬୦ ରନ୍ ହାସଲ କରିବା ସହ ଟି-୨୦ କ୍ରିକେଟରେ ୨୦୦୦ ବା ଏହାଠାରୁ ଅଧିକ ରନ୍ କରିବାରେ ସଫଳ ହୋଇପାରିବେ ସୂର୍ଯ୍ୟକୁମାର ଯାଦବ ।

ବର୍ତ୍ତମାନ ସୁଦ୍ଧା ୫୫ ଟି-୨୦ ମ୍ୟାଚରୁ ମୋଟ ୧୯୪୦ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ୩ଟି ଶତକ ସହ ୧୬ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ୬୦ ରନ୍ କରିବା ମାତ୍ରେ ସେ ଟି-୨୦ ଇଣ୍ଟରନେସନାଲରେ ୨୦୦୦ ରନ୍ କ୍ଲବରେ ଚତୁର୍ଥ ଭାରତୀୟ ଭାବରେ ଏଣ୍ଟ୍ରି କରିବେ ସୂର୍ଯ୍ୟକୁମାର । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେ.ଏଲ ରାହୁଲ ଏହି ତାଲିକାରେ ପାଦ ଥାପିଛନ୍ତି ।

Get real time updates directly on you device, subscribe now.