fbpx

ENT ଡାକ୍ତରଙ୍କ ଚେତାବନୀ: ଛିଙ୍କକୁ ରୋକିଲେ ମସ୍ତିଷ୍କର ଶିରା ଫାଟିବା ଆଶଙ୍କା ବଢ଼ିପାରେ, ନାକ ଓ ମୁହଁ ବନ୍ଦ କରି ଛିଙ୍କିବା ବିପଜ୍ଜନକ

ନୂଆଦିଲ୍ଲୀ: ବର୍ତ୍ତମାନ ଥଣ୍ଡା ସିଜିନ୍ ଚାଲିଥିବା ବେଳେ ଅଧିକାଂଶ ଲୋକଙ୍କ ଠାରେ କାଶ, ଛିଙ୍କ ଦେଖିବାକୁ ମିଳୁଛି । ତେବେ ଅନେକ ସମୟରେ ଆସୁଥିବା ଛିଙ୍କକୁ ରୋକିବା କିଛି ଲୋକଙ୍କର ଅଭ୍ୟାସ ଥାଏ । ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର କାରଣ ସାଜିପାରେ । ତେଣୁ ଏନେଇ ସତର୍କ ରହିବାକୁ କାନ, ନାକ ଓ ଗଳା (ଇଏନଟି) ବିଭାଗର ଡାକ୍ତର ଚେତାବନୀ ଦେଇଛନ୍ତି ।

ସାଧାରଣ ଭାବେ ଜଣେ ବ୍ୟକ୍ତି ଯଦି ଅଧିକ ଛିଙ୍କନ୍ତି ତେବେ ତାହା ତାଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ଛିଙ୍କିବା ଫଳରେ ଜଣଙ୍କର ଗଳା ଓ ନାକ ପରିଷ୍କାର ରହିବା ସହିତ ତାହା ଅନେକ ପ୍ରକାରର ଆଲର୍ଜିରୁ ରକ୍ଷା କରିଥାଏ । ଛିଙ୍କିବା ପରେ ଜଣେ ବ୍ୟକ୍ତି ଆରାମଦାୟକ ଅନୁଭବ କରିଥାଏ । ଅନେକ ସମୟରେ କିଛି ଧୂଳି ଓ ପାଉଡର ପରି କଣିକା ଆମର ନାକ ଭିତରରୁ ଚାଲିଯାଇଥାଏ । ଫଳରେ ଆମର ନାକର ସ୍ନାୟୁରେ ଉତ୍ତେଜନା ସୃଷ୍ଟି ହୋଇ ଆମେ ଅସନ୍ତୋଷ ଅନୁଭବ କରୁ ।

ତେବେ ସାଧାରଣ ଭାବେ ଛିଙ୍କ ଆସିବା ସମୟରେ ଆମେ ତାହାକୁ ହାତରେ ରୋକିବାକୁ ପ୍ରୟାସ କରିଥାଉ । ଏପରି କରିବା ଆମ ପାଇଁ ଭୟଙ୍କର ହୋଇପାରେ । ଛିଙ୍କ ଆସିବା ପରେ ଆମର ନାକ ଛିଦ୍ରରେ ଦ୍ରୁତ ଭାବେ ବାୟୁ ପାସ୍ କରିଥାଏ । ଯଦି ଏହି ସମୟରେ ଆମେ ଛିଙ୍କକୁ କିଛି ମୁହୂର୍ତ୍ତ ପାଇଁ ରୋକିବାକୁ ଚେଷ୍ଟା କରୁ, ତେବେ ସମସ୍ତ ଚାପ ଅନ୍ୟ ଅଙ୍ଗ ଆଡ଼କୁ ମୋଡ଼ି ହୋଇଯାଇଥାଏ । ଛିଙ୍କକୁ ରୋକିବା ଫଳରେ ଆମର ବ୍ରେନର ଶିରା ଫାଟିବାର ଆଶଙ୍କା ରହିଥାଏ । ନାକ ଓ ମୁହଁ ବନ୍ଦ କରି ଛିଙ୍କିବା ବିପଜ୍ଜନକ ହୋଇପାରେ ବୋଲି ଇଏନଟି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.