fbpx
BSKY SKY
BSKY SKY

Tight Jeans ପିନ୍ଧିବା ହୋଇପାରେ ଅସୁବିଧାର କାରଣ: ହୋଇପାରେ ଏହି ଭଳି ସମସ୍ୟା

BSKY

ଓଡ଼ିଶା ଭାସ୍କର: ମହିଳାମାନେ ଷ୍ଟାଇଲିସ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଥାନ୍ତି । କେଶସଜ୍ଜା, ମେକ୍ଅପ୍, ପୋଷାକ ପରିଧାନ ଇତ୍ୟାଦି ଦ୍ୱାରା ନିଜକୁ ସୁନ୍ଦର କରିବା ପାଇଁ ସେମାନେ ପ୍ରୟାସ କରିଥାନ୍ତି । ଆଜିକାଲି ମହିଳାମାନେ କର୍ମଜୀବୀ ହେବା କାରଣରୁ ଜିନ୍ସ ପିନ୍ଧିବା ପସନ୍ଦ କରୁଛନ୍ତି । ଏହା ସେମାନଙ୍କୁ ସ୍ମାର୍ଟ ଲୁକ୍ ଦେଇଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଟାଇଟ୍ ଜିନ୍ସ ପିନ୍ଧିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ।

ପ୍ରାୟତଃ ଦେଖାଯାଏ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ବେଶି ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ ମହିଳାମାନେ ସ୍ନାୟୁ ଜନିତ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ । ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଭେରିକୋଜ୍ ଶିରା ଫୁଲି ଯାଇଥାଏ । ‘ଭେରିକୋଜ୍ ଭେନ୍ସ’ ଏକ ଗମ୍ଭୀର ରୋଗ, ଯେଉଁଥିରେ ଶିରା ବଢ଼ିଯିବା, ବିସ୍ତାରିତ ହେବା ସାଙ୍ଗକୁ ସେଥିରେ ରକ୍ତ ଭରିଯାଏ । ସାଧାରଣତଃ ଏହି ଶିରା ନାଲି କିମ୍ବା ନୀଳ ରଂଗର ଦେଖାଯାଏ । ଅନେକ ସମୟରେ ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି । ଏହି ରୋଗ ଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ ଏବଂ ଏହି ରୋଗ ଠାରୁ କିପରି ରକ୍ଷା ପାଇପାରିବା:

ଶିରାରେ ଥିବା ଭାଲ୍ଭଗୁଡ଼ିକ ଶରୀରର ଉପର ଅଂଶଗୁଡ଼ିକୁ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ । କୌଣସି କାରଣ ବଶତଃ ଏହି ଭାଲ୍ଭ ଗୁଡ଼ିକ କାମ କରିବା ବନ୍ଦ କରିଦେଲେ ରକ୍ତ ଶରୀରର ଉପର ଅଂଶକୁ ନ ଯାଇ ଶିରାରେ ଜମିବାକୁ ଲାଗେ । ଏହି କାରଣରୁ ଶିରା ଗୁଡ଼ିକ ଧୀରେ ଧୀରେ ଫୁଲିବା ସାଙ୍ଗକୁ ଦୁର୍ବଳ ହୋଇଯାଏ । ମେଦ ବହୁଳତା, ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ବା ବସି ରହିବା, ବ୍ଲଡ଼ ପ୍ରେସର, ଅଧିକ ଟାଇଟ୍ ଜିନ୍ସ୍ ପିନ୍ଧିବା ଇତ୍ୟାଦି ଯୋଗୁଁ ‘ଭେରିକୋଜ୍ ଶିରା’ରେ ସମସ୍ୟା ଦେଖା ଦେଇଥାଏ । ଏହା ବ୍ୟତୀତ ଋତୁଚକ୍ର, ଅସନ୍ତୁଳିତ ଖାଦ୍ୟପେୟ ଏବଂ ଆଲୋପାଥୀ ଔଷଧର ପ୍ରତିକ୍ରିୟା ଇତ୍ୟାଦି ମଧ୍ୟ ଏହାର କାରଣ ହୋଇପାରେ । ଭେରିକୋଜ୍ ଶିରାକୁ ସ୍ପାଇଡର ଶିରା ମଧ୍ୟ କୁହାଯାଏ ।

ଏହି ରୋଗରେ ଶିରାର ରଂଗ ନୀଳ ବା ବାଇଗଣି ପଡ଼ିଯିବା, ବସିଲେ ବା ଛିଡ଼ା ହେଲେ ଗୋଡ଼ରେ କଷ୍ଟ ଅନୁଭବ କରିବା, ଶିରା ପାଖରେ କୁଣ୍ଡାଇ ହେବା, ମାଂଶପେଶୀ ଫୁଲିଯିବା ବା ଦରଜ ହେବା ଭଳି ଲକ୍ଷଣ ଦେଖାଯାଏ । ଏହି ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ସନ୍ତୁଳିତ ଭୋଜନ ଏବଂ ଓଜନ ହ୍ରାସ କରିବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏତିସହିତ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ । ଏହାପରେ ମଧ୍ୟ ଅଧିକ ଅସୁବିଧା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.