fbpx
BSKY SKY
BSKY SKY

ସନ୍ଧ୍ୟା ୫ଟା ସୁଦ୍ଧା ସୁଡ଼ଙ୍ଗରୁ ବାହାରିବେ ଶ୍ରମିକ! ପହଞ୍ଚିଲେ ପରିବାର ଲୋକ

BSKY

ନୂଆଦିଲ୍ଲୀ: ୧୭ ଦିନର ଅପେକ୍ଷା ପରେ ସଫଳତାର ଦ୍ୱାରଦେଶରେ ପହଞ୍ଚିଛି ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ । ବିଭିନ୍ନ ସମସ୍ୟାକୁ ଅତିକ୍ରମ କରି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଟିମର ଶେଷ କାର୍ଯ୍ୟକ୍ରମ ଜାରି ରହିଛି । ଆଶା କରାଯାଉଛି ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଏକ ବଡ଼ ଏବଂ ଖୁସି ଖବର ଶୁଣିବାକୁ ମିଳିପାରେ । ୧୭ ଦିନର ଛାଇ-ଆଲୁଅର ଖେଳରୁ ବାହାରିପାରନ୍ତି ଶ୍ରମିକ । ଏଥିପାଇଁ ଟନେଲ ବାହାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟନେଲ ନିକଟରେ ପୋଲିସ ପୋର୍ସ ମୁତୟନ କରାଯିବା ସହ ଶ୍ରମିକଙ୍କ ପରିବାର ଲୋକଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି । ଏହାସହିତ ୪୧ଟି ଆମ୍ବୁଲାନ୍ସ ସହ ଡାକ୍ତରୀ ଦଳ ମଧ୍ୟ ସୁଡ଼ଙ୍ଗ ପାଖରେ ନିୟୋଜିତ ରହିଛନ୍ତି ।

ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରମିକମାନଙ୍କ ପରିବାର ଲୋକ ଘଟଣାସ୍ଥଳରେ ଉପସ୍ତିତ ଥିବା ବେଳେ ସେମାନଙ୍କର କୌଣସି ଅସୁବିଧା ନହେଉ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ଉଦ୍ଧାରକାରୀ ଦଳରେ ନିୟୋଜିତ କର୍ମଚାରୀମାନଙ୍କ ସୁରକ୍ଷାକୁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବା ଆବଶ୍ୟକ । ଶ୍ରମିକମାନଙ୍କ ଗରମ କପଡ଼ା ନେଇ ଟନେଲ ପାଖରେ ପହଞ୍ଚିବା ପାଇଁ ପରିବାର ଲୋକଙ୍କୁ କୁହାଯାଇଛି । ତେବେ ଟନେଲ ଭିତରୁ ବାହାରିବା ପରେ ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ ଆଗାମୀ କିଛି ମୁହୂର୍ତ୍ତ ଭିତରେ ଶ୍ରମିକମାନେ ଉଦ୍ଧାର ହୋଇ ବାହାରକୁ ଆସିପାରିବେ ବୋଲି କହିଛନ୍ତି ଟନେଲ ଏକ୍ସପର୍ଟ ଅର୍ନୋଲ୍ଡ ଡିକ୍ସ ।

Get real time updates directly on you device, subscribe now.