fbpx

ସରିନି ଟି-୨୦ ସିରିଜ, ଅଷ୍ଟ୍ରେଲିଆ ଫେରିଗଲେ ମାକ୍ସୱେଲ-ସ୍ମିଥ: ସିରିଜ ଅଧାରୁ ୬ ଖେଳାଳିଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ଏହି ସିରିଜର ପ୍ରଥମ ୨ଟି ମ୍ୟାଚରେ ବିଜୟଲାଭ କରି ୨-୦ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଆଜି ଏହି ସିରିଜର ତୃତୀୟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଆଗକୁ ଆହୁରି ୨ଟି ମ୍ୟାଚ ବାକି ରହିଛି । କିନ୍ତୁ ଏହାଭିତରେ ଅଷ୍ଟ୍ରେଲିଆ କ୍ୟାମ୍ପରୁ ଏକ ବଡ଼ ଖବର ଜାଣିବାକୁ ମିଳିଛି । ସିରିଜର ୩ଟି ମ୍ୟାଚ ବାକି ଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳର ୬ ଜଣ ଖେଳାଳି ଘରକୁ ଫେରି ଯାଇଛନ୍ତି ।

ରିପୋର୍ଟ ଅନୁସାରେ, ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ୬ ଜଣ ଖେଳାଳି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅର୍ଥାତ୍ ସିରିଜର ଶେଷ ୩ଟି ମ୍ୟାଚରେ ଏହି ଖେଳାଳିମାନେ ଦଳରେ ରହିବେ ନାହିଁ । ଏହି ତାଲିକାରେ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ, ଷ୍ଟିଭ ସ୍ମିଥଙ୍କ ସମେତ ୬ ଜଣ ଖେଳାଳି ସାମିଲ ରହିଛନ୍ତି । ଆଡାମ୍ ଜାମ୍ପା ଏବଂ ସ୍ମିଥ ଘରକୁ ଫେରି ସାରିଥିବା ବଳେ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଜୋସ ଇଙ୍ଗଲିସ, ଏବଂ ସିନ୍ ଆବୋଟ ଅଷ୍ଟ୍ରେଲିଆ ଫେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । କାରଣ ଶେଷ ୩ଟି ଟି-୨୦ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ନିଜ ଦଳ ପରିବର୍ତ୍ତନ କରିଛି । ଦିନିକିଆ ବିଶ୍ୱକପରେ ସାମିଲ ତିବା କେଳାଳିମାନଙ୍କୁ ଏହି ସିରିଜରେ ବିଶ୍ରମ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।

ତେବେ ଏହି ଖେଳାଳିମାନଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ, ବେନ୍ ମ୍ୟାକଡରମୋଟ, ବେନ୍ ଦ୍ୱାରସୁଇସ ଏବଂ ସ୍ପିନର କ୍ରିସ ଗ୍ରୀନଙ୍କୁ ଭାରତ ବିପକ୍ଷ ଶେଷ ୩ଟି ମ୍ୟାଚରେ ସୁଯୋଗ ମିଳିପାରେ । ତେବେ ଫିଲିପ ଏବଂ ମ୍ୟାକଡରମୋଟ ଦଳ ସହ ଭାରତକୁ ଆସିଥିଲେ ମଧ୍ୟ ଆଜି ମ୍ୟାଚରେ ହିଁ ଉପଲବ୍ଧ ରହିପାରିବେ । ସେହିପରି ଅନ୍ୟ ଖେଳାଳିମାନେ ଚତୁର୍ଥ ମ୍ୟାଚ ପୂର୍ବରୁ ରାୟପୁରରେ ଦଳ ସହିତ ସାମିଲ ହେବେ । ତେବେ ଟ୍ରାଭିସ ହେଡ୍ ଏକମାତ୍ର ବିଶ୍ୱକପ-୨୦୨୩ ଖେଳାଳି ଭାବରେ ଭାରତ ବିପକ୍ଷ ଟି-୨୦ ସିରିଜ ଖେଳିବେ ।

Get real time updates directly on you device, subscribe now.