fbpx

ବସଷ୍ଟାଣ୍ଡରେ ମାଡ଼ିଗଲା କାର୍: ୨ ମୃତ, ଜଣେ ଗୁରୁତର

ଆସିକା: ବସଷ୍ଟାଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ପାଟପୁର ଥାନା ପୋଡ଼ାମାରି ବସଷ୍ଟାଣ୍ଡରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ପୋଲିସ ଏହି ଦୁର୍ଘଟଣାକୁ ନେଇ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ଆସିକାର ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ବସଷ୍ଟାଣ୍ଡରେ କିଛି ଲୋକଏ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ହଠାତ ଏକ କାର ଦ୍ରୁତଗତିରେ ଆସି ଲୋକଙ୍କ ଉପରେ ମାଡିଗଲା । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କୁ ନିକଟରେ ଥିବା ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.