କୋରାପୁଟ: ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା। ଲୋକେ ସଚେତନ ହେବା ବଦଳରେ ବେପରୁଆ ଭାବେ ଗାଡି ଚଲାଇ ନିଜ ମୃତ୍ୟୁକୁ ନିଜେ ଡାକୁଛନ୍ତି। ସେହିପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଲକ୍ଷ୍ମୀପୁର ନିକଟସ୍ଥ ଆନ୍ଧ୍ର ସନ୍ଧିୱାଲସା ଗାଁ ନିକଟରେ।
ଗୋଟେ କାର, ବାଇକକୁ ଧକ୍କା ଦେବା ଫଳରେ 2 ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ବନ୍ଧୁଗାଁ ଓ ନାରାୟଣପାଟଣାରେ ହୋଇଥିବା ସୂଚନା ମିଳିଛି। ଖବର ପାଇଲା ପରେ ପୋଲିସ ସେଠାକୁ ଯାଇ ତଦନ୍ତ ଆରମ୍ଭ କରିଛି।