fbpx

ଦିଲ୍ଲୀ ଘଟଣାର ପୁନରାବୃତ୍ତି: ଭୁବନେଶ୍ୱରରେ ସ୍କୁଟିକୁ ଘୋଷାଡ଼ି ନେଲା କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଗୋଟିଏ ପଟେ ସାରା ଦେଶ ନୂଆବର୍ଷକୁ ସ୍ୱାଗତ ଉପଲକ୍ଷେ ଖସଖୁସିରେ ମାତିଥିବା ବେଳେ ଠିକ୍ ସମୟରେ ଦିଲ୍ଲୀର ଜଣେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳୀ ସିଂହଙ୍କ ଜୀବନକୁ ମାଡ଼ିଆସିଥିଲା ବଡ଼ ବିପଦ ।

ବିଳମ୍ବିତ ରାତ୍ରିରେ ଘରକୁ ଫେରୁଥିବା ସମୟରେ ଏକ କାର ଅଞ୍ଜଳୀଙ୍କ ଛୁଟିକୁ ଧକ୍କା ଦେଇଥିଲା । ଅଞ୍ଜଳୀଙ୍କୁ ଉକ୍ତ କାରଟି ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ପରବର୍ତ୍ତୀ ସମୟରେ ଅଞ୍ଜଳୀଙ୍କର ମୃତଦେହ ଗୋଟିଏ ସ୍ଥାନରୁ ମିଳିଥିବା ବେଳେ ତାଙ୍କର ଭଙ୍ଗା ସ୍କୁଟି ଅନ୍ୟ ଏକ ସ୍ଥାନରୁ ମିଳିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପିସିଆର ଭ୍ୟାନରେ ଡ୍ୟୁଟିରତ ପୋଲିସ କର୍ମୀଙ୍କୁ ତୁରନ୍ତ କାର୍ଯ୍ୟରୁ ସସପେଣ୍ଡ କରାଯାଇଥିଲା ।

ତେବେ ଦିଲ୍ଲୀ ଘଟଣାର ପୁନରାବୃତ୍ତି ଆଜି ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଆଜି ରାଜଧାନୀରେ ଜଣେ ମହିଳା ସ୍କୁଟି ଆରୋହୀଙ୍କୁ ଏକ କାର ଘୋଷାଡ଼ି ନେଇଛି । କାରଟି ମହିଳାଙ୍କୁ ଧକ୍କା ଦେଇ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଦୁର୍ଘଟଣା ଘଟାଇ କାରଟି ଚାଲିଯାଉଥିବା ବେଳେ ଟ୍ରାଫିକ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଏହି ଘଟଣାରେ ଖାରବେଳ ନଗର ପୋଲିସ କାର ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି । ସ୍କୁଟିରୁ ପଡ଼ି ଆହତ ହୋଇଥିବା ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Get real time updates directly on you device, subscribe now.