fbpx

ମହିଳା ୟୁଟ୍ୟୁବର ଡେଟିଂ ଆପରେ ଦେଖିଲେ ନିଜର ଏପରି ଫଟୋ, ଲାଗିଲା ଝଟକା

ନୂଆଦିଲ୍ଲୀ: ଏକ ମହିଳା ୟୁଟ୍ୟୁବରଙ୍କୁ ଏକ ଶକ୍ତ ଝଟକା ଲାଗିବା କଥା ସାମ୍ନାକୁ ଆସିଛି । ସେ ଯେତେବେଳେ ନିଜକୁ ଡେଟିଂ ଆପରେ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଫୋକସ ୟୁଟ୍ୟୁବର କୁଶା କପିଲ କହିଛନ୍ତି ଯେ, ଏକ ଡେଟିଂ ଆପରେ ତାଙ୍କର ୫ଟି ଫଟୋ ସହିତ ଏକ ନକଲି ଆକାଉଣ୍ଟ କ୍ରିଏଟ୍ କରାଯାଇଛି ।

ୟୁଟ୍ୟୁବରେ କୁଶା କପିଲ୍ ଷ୍ଟାଣ୍ଡ ଅପ କମେଡି ପାଇଁ ଲୋକପ୍ରିୟ । କୁଶା କପିଲ ଟ୍ୱିଟରରେ ଏହି ମାମଲାର ସୂଚନା କରି କହିଛନ୍ତି ଯେ, କେହି ଜଣେ ମୋ ଫଟୋ ନେଇ ଡେଟିଂ ଆପରେ ଏକ ଆକାଉଣ୍ଟ ଖୋଲିଛି । ସେହି ଆକାଉଣ୍ଟର ନାମ ସନା ଲେଖାହୋଇଛି ଏବଂ ବୟସ ୩୩ ପଡିଛି । ଏହାସହ ତାଙ୍କ ଆଡ୍ରେସ ପଞ୍ଜାବର ହରିୟାରପୁର ଷ୍ଟେଟ ଦିଆଯାଇଛି । ସେ ଏହି ଫେକ୍ ଆକାଉଣ୍ଟର ସ୍କ୍ରିନ ସଟ ନେଇ ଅନେକ ପ୍ରଶ୍ନ କରି ଟ୍ୱିଟ କରିଛନ୍ତି ।

କୁଶା କପିଲ ଏହାକୁ ନେଇ ବହୁତ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଏହି ପ୍ରୋଫାଇଲର ରିପୋର୍ଟ କରନ୍ତୁ । ଟ୍ୱିଟରରେ ଅନେକ ଲୋକେ କୁଶା କପିଲ୍ ଙ୍କୁ ସପୋର୍ଟ କରିଛନ୍ତି । ସେମାନେ କହିଛନ୍ତି ଯେ, ଆଇଟି ଆକ୍ଟ ଅନୁସାରେ ଏହି ବ୍ୟକ୍ତିକୁ ଆପଣ ରିପୋର୍ଟ କରି ପାରିବେ ।

Get real time updates directly on you device, subscribe now.