fbpx
BJD SKY
BJD SKY

ରଥଯାତ୍ରା ଓ ଚନ୍ଦନ ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

BJD

ପୁରୀ, ୧୩ା୪(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରା ଓ ଚନ୍ଦନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଦାରଙ୍କୁ ଚିଠି ଲେଖାଯାଇଛି । ଓଡ଼ିଆ ପର୍ବ ଅକ୍ଷୟ ତୃତୀୟାଠାରୁ ରଥକାମ ଓ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ । ଚନ୍ଦନଯାତ୍ରା ପୂର୍ବରୁ ଶ୍ରୀଜିଉଙ୍କ ଚାପ ନାହା ମରାମତି କରାଯିବ । ତେଣୁ ନରେନ୍ଦ୍ର ପୁଷ୍କରିଣୀରୁ ନାହା କାଢ଼ିବା କାର୍ଯ୍ୟ ସମ୍ପାଦନ ପାଇଁ ସେହି ଚିଠିରେ ଉଲ୍ଲେଖ କରାଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଜାରି ନିୟମ ପାଳନ କରିବକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

Get real time updates directly on you device, subscribe now.