fbpx

ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ

ପୁରୀ, ୮ା୫(ଓଡ଼ିଶା ଭାସ୍କର): ରଥ ନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର କରୋନା ଟେଷ୍ଟ କରାଯିବ । ୨୦୦ଫୁଟ୍ ନିଷିଧାଞ୍ଚଳ ଭିତରେ ରଥକାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମୀ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ସମସ୍ତଙ୍କୁ ୨ଟି ଭକ୍ତ ନିବାସରେ ରଖାଯିବ ସହ ଖାଦ୍ୟ ବ୍ୟବସ୍ଥା କରାଯିବ । ବିଶ୍ୱକର୍ମୀ ସେବାୟତଙ୍କୁ ବସ ଯୋଗେ ରଥଖଳାକୁ ନିଆଯିବ । ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେବାୟତ ଓ ବିଶ୍ୱକର୍ମା ସେବାୟତଙ୍କ ସହ ଏନେଇ ଆଲୋଚନା କରାଯାଇଛି । ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମ ପ୍ରତିନିଧି ରଥଖଳାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.