fbpx

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର, ମହିଳା କାଉଡ଼ିଆ ମୃତ, ୨ ଜଣ ଗୁରୁତର

ନିଶ୍ଚିନ୍ତକୋଇଲି: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ ବମ୍ ନାରାରେ କମ୍ପୁଛି ବିଭିନ୍ନ ଶୈବ ପୀଠ । ମହାଦେବଙ୍କ ଜଳଲାଗି କରି ମନସ୍କାମନା ପୂରଣ ପାଇଁ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ କଟକ ନିଶ୍ଚିନ୍ତକୋଇଲିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାଉଡ଼ିଆଙ୍କ ଉପରେ କାର ମାଡ଼ିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କାଉଡ଼ିଆ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ନିଶ୍ଚିନ୍ତକୋଇଲି ତହସିଲ ଛକ ବାବୁଜଙ୍ଗରୁ ପ୍ରାୟ ୩୭ ଜଣ କାଉଡ଼ିଆ ମିଶି ପାଣି ନେଇ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ । ସେହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଦୃତଗାମୀ କାର କାଉଡ଼ିଆଙ୍କ ନିକଟକୁ ମାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ମୃତ ମହିଳା କାଉଡ଼ିଆ ବସପଦା ଜହ୍ନିପୁରର ଚିନ୍ମୟୀ ବେହେରା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଅଭିଯୁକ୍ତ କାର ଡ୍ରାଇଭର ଜଣଙ୍କୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.