fbpx

ପାକିସ୍ତାନୀ ଲିଙ୍କକୁ କେୟାର ହସ୍ପିଟାଲର ଖଣ୍ଡନ

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ପାକିସ୍ତାନୀ ଲିଙ୍କ ଅଭିଯୋଗକୁ ଭୁବନେଶ୍ୱର କେୟାର ହସ୍ପିଟାଲ ଖଣ୍ଡନ କରିଛି ।  ମୁଖ୍ୟ ପରିଚାଳନା ଅଧିକାରୀ ଗୁରିତ କୌର ସେଠୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ପାକିସ୍ତାନର କୌଣସି ବ୍ୟକ୍ତି ହସ୍ପିଟାଲର ମାଲିକ  ନୁହନ୍ତି  । ହସ୍ପିଟାଲର ଏନଓସିରେ କୌଣସି ଅସୁବିଧା ନାହିଁ ।  ଡ୍ରଗ୍ସ ନିୟନ୍ତ୍ରକଙ୍କ ଚଢ଼ାଉ ଏକ ନିୟମିତ ଯାଞ୍ଚ ବୋଲି ଗୁରିତ କହିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ ବିଧାନସଭାରେ କେୟାର ହସ୍ପିଟାଲର ପାକିସ୍ତାନୀ ଲିଙ୍କ ଥିବା ଅଭିଯୋଗ ହୋଇଥିଲା ।  ଏହି ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କେୟାର ହସ୍ପିଟାଲ ମାଲିକ ଜଣେ ପାକିସ୍ତାନୀ ବୋଲି ମଧ୍ୟ ପ୍ରଦୀପ୍ତ କହିଥିଲେ ।  ଆଜି କେୟାର ଚଢ଼ାଉ କରିଥିଲା ଡ୍ରଗ୍ସ ନିୟନ୍ତ୍ରକଙ୍କ ୪ଜଣିଆ ଟିମ୍ ।

Get real time updates directly on you device, subscribe now.