fbpx

PMAY ଯୋଜନାରେ ଅନିୟମିତତା ପ୍ରସଙ୍ଗ, ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ PMAY ଯୋଜନାରେ ଅନିୟମିତତା ପ୍ରସଙ୍ଗରେ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିଲା । ଯାହାର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ୪ବର୍ଷରେ ମଞ୍ଜୁର ହୋଇଥିବା ୧୫.୫୭ ଲକ୍ଷ ଗୃହରୁ ୯.୦୩ ଲକ୍ଷ ଗୃହ କାର୍ଯ୍ୟ ଶେଷ ହୋଇଛି । ଏହାସହ ଅନିୟମିତତା ରୋକିବାକୁ ନିଃଶୁଳ୍କ ନମ୍ବର ୧୮୦୦୩୪୫୬୭୬୮ ମଧ୍ୟ ଜାରି ହୋଇଛି । ଦୁର୍ନୀତି ଅଭିଯୋଗରେ ୨୨ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ୪୪ଜଣଙ୍କୁ ନିଲମ୍ବନ କରିବା ସହ ୩୫ଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ୯୦୩୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଛି । ସେହିପରି ରାଜ୍ୟ ଅନୁଦାନ ୫୭୬୮ କୋଟି ଟଙ୍କା ମଞ୍ଜୁର ହୋଇଛି ।

Get real time updates directly on you device, subscribe now.