fbpx

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ,୨୭ ।୧୧: ପଞ୍ଚଦଶ ଅର୍ଥ କମିସନର କାର୍ଯ୍ୟକାଳ ଆଉ ୧୧ ମାସ ବଢାଇଛି କେନ୍ଦ୍ର କ୍ୟାବିନେଟ୍ । ଏନେଇ ନଭେମ୍ବର ୩୦ରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବେ କମିସନ ।

ଏହା ସହ ଭାରତ-ସାଉଦି ଆରବ ବୁଝାମଣା ପତ୍ରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଏହି ଦୁଇ ଦେଶ ମଧ୍ୟରେ MoU ହୋଇଥିଲା । ଭାରତୀୟ ଖାଦ୍ୟ ନିଗମ –ଏଫସିଆଇ ର ଅଧିକୃତ ପୁଞ୍ଜି ପରିମାଣ ବୃଦ୍ଧିକୁ ବି ମଞ୍ଜୁରୀ ମିଳିଛି ।

ଅଧିକୃତ ପୁଞ୍ଜି ପରିମାଣ ୩,୫୦୦ କୋଟିରୁ ୧୦ ହଜାର କୋଟିକୁ ବୃଦ୍ଧି ପାଇଛି । ଭାରତ-ମିୟାଁମାର ଦ୍ୱିପାକ୍ଷିକ ସହଯୋଗ ରାଜିନାମାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ପୂର୍ବରୁ ମାନବ ଚାଲାଣ ରୋକିବାରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ହୋଇଥିଲା ।

ସେହିପରି ଭାରତ-ଚିଲି ରାଜିନାମାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରି ମିଳିଛି । ଦ୍ୱୈତ ଟିକସ ବନ୍ଦ କରିବାକୁ ଉଭୟ ଦେଶ ମଧ୍ୟରେ ହୋଇଥିଲା ରାଜିନାମା ।

Get real time updates directly on you device, subscribe now.