fbpx

ଟ୍ରଫି ଜିତିବା ପରେ ବି ବିପଦରେ ଗୁଜୁରାଟର ଏହି ଷ୍ଟାର ଖେଳାଳିଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଦମଦାର ପ୍ରଦର୍ଶନ କରି ଆଇପିଏଲ-୨୦୨୨ ଟାଇଟଲ ନିଜ ନାମରେ କରିଛି ଗୁଜୁରାଟ ଟାଇଟନ୍ସ । ଦଳର ସମସ୍ତ ଖେଳାଳି ଅତି ସୁନ୍ଦର ପ୍ରଦର୍ଶନ ଜାରି ରଖିଥିବା ବେଳେ ଜଣେ ଖେଳାଳି ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲେ । ବାରମ୍ବାର ସୁଯୋଗ ପାଇବା ପରେ ମଧ୍ୟ ନିଜକୁ ପ୍ରମାଣ କରିବାରେ ଫେଲ ମାରିଛନ୍ତି ଏହି ଖେଳାଳି । ଫଳରେ ତାଙ୍କ କ୍ୟାରିୟରକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ମାଥ୍ୟୁ ୱେଡଙ୍କୁ ନେଇ ଟିମ ମ୍ୟାନେଜମେଣ୍ଟ ଚିନ୍ତାରେ ପଡିଛି । ସମ୍ପୂର୍ଣ୍ଣ ସିଜନରେ ୧୦ଟି ମ୍ୟାଚ ଖେଳି ମାତ୍ର ୧୫୭ ରନ କରିବାରେ ସଫଳ ହୋଇଛନ୍ତି ୱେଡ । ଫଳରେ ଆଗାମୀ ସିଜନ ପାଇଁ ଦଳ ତାଙ୍କୁ ଜାଗା ଦେବ କି ନାହିଁ, ସେନେଇ ମଧ୍ୟ ଏକ ବଡ ଆଶଙ୍କା ସୃଷ୍ଟି ହୋଇଛି । ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ଖେଳ ଅଦାରେ ହାର୍ଦ୍ଦିକ ତାଙ୍କୁ ପ୍ଲେଇଙ୍ଗ ଇଲେଭେନ ବାଦ ଦେଇଥିଲେ । ତେବେ ପରେ ପୁଣି ଥରେ ଦଳକୁ ଫେରିବା ପରେ ମଧ୍ୟ କିଛି ବି କମାଲ କରି ପାରିନାହାନ୍ତି ୱେଡ । ଯାହା ଫଳରେ ତାଙ୍କ କ୍ୟାରିୟର ଏବେ ବିପଦ ମୁହଁକୁ ଠେଲି ହୋଇଯାଇଛି । ତେବେ ଏଭଳି ଦୁର୍ବଳ ପ୍ରଦର୍ଶନ ପରେ ଆଗାମୀ ସିଜନରେ ଦଳ ତାଙ୍କୁ ରିଟେନ କରିବା ଉପରେ ପ୍ରଶ୍ନ ଉଠିଛି ।

ପ୍ରକାଶ ଥାଉ କି, ମାଥ୍ୟୁ ୱେଡ ୧୧ ବର୍ଷ ପରେ ଚଳିତ ବର୍ଷ ଆଇପିଏଲକୁ କମବ୍ୟାକ କରିଥିଲେ । ୨୦୧୧ ପରେ ଏହି ସିଜନରେ ଗୁଜୁରାଟ ତାଙ୍କୁ ୨.୪୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । କିନ୍ତୁ କୌଣସି ଚମତ୍କାର କରିବାରେ ସେ ସମ୍ପୂର୍ଣ୍ଣ ବିଫଳ ରହିଛନ୍ତି । ତେବେ ଏହି ପ୍ରଦର୍ଶନ ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.