fbpx

କରୋନା ଯୁଦ୍ଧ, କୌଣସି ବି ଯାଞ୍ଚ ୧୦୦% ଠିକ୍ ନୁହେଁ, ଫଲ୍ସ ନେଗେଟିଭ୍ ସବୁଠୁ ବଡ଼ ସମସ୍ୟା

ବୈଜ୍ଞାନିକଙ୍କ ଅନୁସାରେ ଯାଞ୍ଚ ପରେ କରୋନା ଭାଇରସ୍ ଜଣାନପଡ଼ିବାର ୩ ମୁଖ୍ୟ କାରଣ

ନୂଆଦିଲ୍ଲୀ, ୧୪ା୪: କରୋନା ଭାଇରସକୁ ମୂଳରୁ ନିପାତ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଛି । ତେବେ କେତେକ କ୍ଷେତ୍ରରେ ଏନେଇ ବିଫଳତା ମିଳୁଛି । କରୋନା ଭାଇରସକୁ ମୂଳରୁ ନିପାତ କ୍ଷେତ୍ରରେ ଫଲ୍ସ ନେଗେଟିଭ୍ ରିପୋର୍ଟ ସବୁଠାରୁ ବଡ଼ ସମସ୍ୟା ବୋଲି କୁହାଯାଉଛି । ଏପରି ରିପୋର୍ଟ ଆସିବାର ଅର୍ଥ କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ ମଧ୍ୟ ବ୍ୟକ୍ତିଙ୍କଠାରେ ଏହା ଚିହ୍ନଟ ହୋଇପାରେ ନାହିଁ । ଏପରିକି ବୈଜ୍ଞାନିକମାନେ ମଧ୍ୟ ମତ ରଖି କହିଛନ୍ତି ଯେ, କୋଭିଡ୍-୧୯ର ସମୟ ସମୟରେ ବଦଳୁଥିବା ଷ୍ଟ୍ରେନ୍ କାରଣରୁ କୌଣସି ବି ଯାଞ୍ଚ ୧୦୦ ପ୍ରତିଶତ ଠିକ୍ ନୁହେଁ ।
ସଂକ୍ରମିତ ରୋଗ ବିଶେଷଜ୍ଞ ଡ. ପ୍ରିୟା ସମ୍ପତକୁମାର କହିଛନ୍ତି ଯେ, କରୋନା ଭାଇରସକୁ ଠିକ୍ ଭାବେ ଚିହ୍ନଟ ପାଇଁ ଯାଞ୍ଚ ପାଇଁ ଯାଉଥିବା ବ୍ୟକ୍ତି ସମ୍ପୂର୍ଣ୍ଣଭାବେ ପ୍ରଶିକ୍ଷିତ ହେବା ଏବଂ ସାମଲ୍ କଲେକ୍ସନ୍ ପାଇଁ ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ ଅତ୍ୟନ୍ତ ଜରୁରୀ । ଏହି କାରଣରୁ ଆମେରିକାରେ କରୋନା ଭାଇରସର ଯାଞ୍ଚ ପାଇଁ ସାମାନ୍ୟ ଷ୍ଟାଫ୍ ନୁହେଁ ବରଂ ପ୍ରତିଶିକ୍ଷ ଫାର୍ମାଶିଷ୍ଟଙ୍କୁ ନିଯୁକ୍ତ କରାଯାଉଛି ।


ଏକ୍ସପର୍ଟ୍ସଙ୍କ ଅନୁସାରେ କରୋନା ଭାଇରସ୍ ଠିକ୍ ଭାବେ ଧରା ନପଡ଼ିବାର ୩ଟି ମୁଖ୍ୟ କାରଣ ରହିଛି, ସେଗୁଡ଼ିକ ହେଉଛି
୧. ସାମ୍ପଲ୍ ଗ୍ରହଣର ଭୁଲ୍ ଉପାୟ
ମେୟୋ କ୍ଲିନିକ୍ର ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ପ୍ରିୟା କହିଛନ୍ତି ଯେ, କେତେକ ଯାଞ୍ଚ ସମୟରେ ଭାଇରସ୍ ଧରା ନପଡ଼ିବାର ଅନେକ କାରଣ ରହିଛି । ଶରୀରରେ ଭାଇରସ୍ କେତେ ମାତ୍ରାରେ ସଂକ୍ରମଣ କରିଛି ତାହା ଉପରେ ଅନେକ ବିଷୟ ନିର୍ଭର କରୁଛି । ଯାଞ୍ଚ ସମୟରେ ସାମ୍ପଲ କିପରି ଭାବେ ନିଆଯାଇଛି ତାହା ଉପରେ ମଧ୍ୟ ଅନେକ କିଛି ନିର୍ଭରଶୀଳ । ସ୍ୱାବ୍ ସାମ୍ପଲ୍ ଗ୍ରହଣ ସମୟରେ ସମସ୍ତ ଜରୁରୀ ସାବଧାନତା ଅବଲମ୍ବନ କରାଯାଇଛି କି ନାହିଁ । ଏହାବ୍ୟତିତ ସାମ୍ପଲକୁ ଲାବ୍ ପର୍ଯ୍ୟନ୍ତ ପହଞ୍ଚିବାରେ କେତେ ସମୟ ଲାଗିଛି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗତ ୫ମାସ ଧରି କରୋନା ଭାଇରସ୍ ସଂକ୍ରମିତ ହେଉଛି ତେଣୁ ଏହାର ସଠିକ୍ ଯାଞ୍ଚ ସବୁଠାରୁ ଜରୁରୀ ହୋଇ ପଡ଼ିଛି । ବିଶ୍ୱରେ ଅନେକ ଅଲଗା ଅଲଗା କମ୍ପାନୀ ଏହାର ଯାଞ୍ଚ କରୁଛନ୍ତି ଏବଂ ଏହାର ଉପାୟ ମଧ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭିନ୍ନ ।
୨. ଭାରରସ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା
ବୈଜ୍ଞାନିକଙ୍କ ସୂଚନା ଅନୁସାରେ କରୋନା ଭାଇରସ୍ର ସଂକ୍ରମଣ ଧିରେ ଧିରେ ବଢ଼ିଥାଏ । ଭାଇରସ୍ ଶରୀରର ଉପର ଭାଗ (ନାକ, ମୁହଁ)ରୁ ବ୍ୟାପି ଗଳାରେ ପହଞ୍ଚିଥାଏ । ଏପରି ସ୍ଥିତିରେ କେତେକ କ୍ଷେତ୍ରରେ କରୋନା ଭାଇରସ୍ ଶରୀରରେ ଥିଲେ ମଧ୍ୟ ସ୍ୱାବ୍ ସାମ୍ପଲ୍ ନେଗେଟିଭ୍ ଆସିପାରେ । ଯଦି ଲକ୍ଷଣ ଦେଖାଯାଏ, ତେବେ ଲଗାତାର ୩ଥର ସ୍ୱାବ୍ ସାମ୍ପଲ୍ ନିଆଯାଇଥାଏ । ଟେଷ୍ଟ ନେଗେଟିଭ୍ ଆସିବା ପରେ ଆକ୍ରାନ୍ତଙ୍କ ଗଳାରୁ ସାମ୍ପଲ୍ ନିଆଯାଇଥାଏ ।
୩. ଯାଞ୍ଚ ପରେଫେକ୍ଟ ନହେବା
ଆମେରିକାରେ ଅଧିକ ଲୋକଙ୍କ ଯାଞ୍ଚ ବହୁତ ଧିମା ଗତିରେ ଆରମ୍ଭ ହୋଇଥିଲା । ଏବେ ଟେଷ୍ଟ କିଟ୍ର ପ୍ରଡକ୍ସନ୍ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଟେଷ୍ଟ ନେଗେଟିଭ୍ ଆସିବା ପରେ ଲୋକମାନେ ଅନ୍ୟମାନଙ୍କ ସହ ମିଳାମିଶା ଆରମ୍ଭ କରିଦିଅନ୍ତି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି କୁହାଯାଇଛି ।

ବୈଜ୍ଞାନିକମାନେ ଏବେ ନିକଟରେ ଉପଲବ୍ଧ ହୋଇଥିବା ସିରୋଲଜିକାଲ୍ ଟେଷ୍ଟ ଉପରେ ନିର୍ଭରଶୀଳ ହେଉଛନ୍ତି । ଏହି ଟେଷ୍ଟ ମାଧ୍ୟମରେ ଏବେ ପରିକ୍ଷଣ କରାଯାଉଛି ଯେ, ବ୍ୟକ୍ତିଙ୍କ ଶରୀରରେ ଥିବା ଆଣ୍ଟିବନିଜ୍ କରୋନା ଭାଇରସ୍ ଉପରେ କେଉଁ ପ୍ରକାର ପ୍ରଭାବ ପକାଉଛି । ଏହି ଯାଞ୍ଚରୁ ଏହା ମଧ୍ୟ ଜଣାପଡ଼ିବ ଯେ, ସେହି ବ୍ୟକ୍ତି ପୂର୍ବରୁ ସଂକ୍ରମିତ ହୋଇଥିଲେ କି ନାହିଁ । ଯେଉଁ ମାନଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିଛି ସେମାନଙ୍କ ମଧ୍ୟ ସିରୋଲଜିକାଲ୍ ଟେଷ୍ଟ କରାଯାଇପାରିବ ।

Get real time updates directly on you device, subscribe now.