fbpx
BJD SKY
BJD SKY

ଏହି ଦେଶରେ ଲାଗିଲା ‘ଚାଉଳ ଏଟିଏମ୍’, ଲକ୍-ଡାଉନରେ ମିଳୁଛି ମାଗଣା

BJD

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି, ଯେଉଁ କାରଣରୁ ଲୋକମାନେ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସହାତା ପାଇଁ ଏକ ବିକଳ୍ପ ପ୍ରଣାଳୀ ଅବଲମ୍ବନ କରିଛି, ଯେଉଁଥିରେ ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ପୂରା ଦିନର ଚାଉଳ ପାଇବେ । ସେହି ଦେଶ ହେଉଛି ଭିଏତନାମ, ଯେଉଁଠାରେ ଲକ୍-ଡାଉନକୁ ଦୃଷ୍ଟିରେ ରଖି ‘ଚାଉଳ ଏଟିଏମ୍’ ସ୍ଥାପିତ ହୋଇଛି । ବ୍ୟାଙ୍କ ଏଟିଏମ୍ ଭଳି ଏହି ମେସିନରେ କେହିବି ଚାଉଳ କାଢିପାରିବେ ।

ତେବେ ଚାଉଳ ଏଟିଏମ୍ ୨୪ ଘଣ୍ଟା କାମ କରୁଛି । ୱିୟତନାମ ନାମକ ଜଣେ ବ୍ୟବସାୟୀ ଲକ୍-ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ପାଇଁ ଚାଉଳ ଏଟିଏମ୍ ସ୍ଥାପନ କରିବାକୁ ପଦକ୍ଷେପ ନେଇଥିଲେ । ତାଙ୍କର ଏହି ପଦକ୍ଷେପ ବହୁ ପ୍ରଭାବଶାଳୀ ବୋଲି ପ୍ରମାଣ ହୋଇଛି । ଅନ୍ୟପଟେ କୁହାଯାଉଛି ଯେ, ଭିଏତନାମରେ ବର୍ତ୍ତମାନ ସୁଦ୍ଧା ୨୬୨ଟି କରୋନା ଭାଇରସର ମାମଲା ରିପୋର୍ଟ ହୋଇଥିବା ବେଳେ କାହାର ମୃତ୍ୟୁ ଘଟିନାହିଁ ।

Get real time updates directly on you device, subscribe now.