fbpx

କରୋନା ପାଇଁ କେନ୍ଦ୍ର ସରକାରଙ୍କ ଆଡ଼ଭାଇଜରି

ନୂଆଦିଲ୍ଲୀ, ୧୨ା୩: କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ କରୋନା ଭୂତାଣୁ ନେଇ ଆନଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । ଅତି ଜରୁରୀ ନହେଲେ ବିଦେଶ ନଯିବାକୁ ପରାମର୍ଶ ଦିଆଯାଇଛି । ବିଦେଶରୁ ଫେରିଥିବା ଭାରତୀୟ ୧୪ଦିନ ପାଇଁ ଅଲଗା ରହିବେ । ୧୪ଦିନ ପାଇଁ ମେଡ଼ିକାଲରେ ସେମାନେ ଚିକିତ୍ସିତ ଅବସ୍ଥାରେ ରହିବେ ।

ଅନ୍ୟପଟେ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାର ୫୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ୧ଲକ୍ଷ ୨୪ହଜାର ୭୭୭ ଆକ୍ରାନ୍ତ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । ୬୭ ହଜାର କରୋନା ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇପାରି ନାହାନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.