fbpx

ଚୀନ୍ ବିରୋଧରେ ବଡ ଖୁଲାସା: ଉହାନର ଡାକ୍ତର କହିଲେ- ‘ଆମକୁ ଚୁପ୍ ରହିବାକୁ ଧମକ ଦିଆଯାଇଥିଲା’

ଚୀନର ଉହାନ ସହରରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନ ବିରୋଧରେ ଏକ ବଡ ଖୁଲାସା କରିଛନ୍ତି ସେଠାକାର ଡାକ୍ତର । ତେବେ ୨୦୧୯ ମସିହା ୧୫ ଡିସେମ୍ବର ପାଖାପାଖୀ ଉହାନରେ ଏହି ମାରାତ୍ମକ କରୋନା ଭାଇରସ ସହ ଜଡିତ ପ୍ରଥମ ମାମଲା ସାମନାକୁ ଆସିଥିଲା । ଡାକ୍ତରମାନେ ସର୍ଚ୍ଚ କରି ଜାଣିବାକୁ ପାଇଥିଲେ ଯେ ଏହି ଭାଇରସ୍ ସବୁଠାରୁ ଅଲଗା ହୋଇଥିବା ବେଳେ ଏହା ବହୁ ତୀବ୍ରରେ ବ୍ୟାପିବ । କିନ୍ତୁ ଚୀନ ସରକାର ଓ ଅଧିକାରୀମାନେ ଡାକ୍ତରମାନଙ୍କୁ କିଛି ବି ନକହିବାକୁ ଧମକ ଦେଇଥିଲେ । ଯଦି ସେହି ସମୟରେ ଡାକ୍ତରଙ୍କ କଥା ଚୀନ୍ ଶୁଣିଥାନ୍ତା, ତେବେ ଆଜିର ସମୟରେ କରୋନା ଭାଇରସ୍ ଏତେ ବ୍ୟାପିନଥାନ୍ତା ।

ତେବେ ଉହାନରେ ବ୍ୟାପିଥିବା ଏହି କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୧୨୨,୯୨୬ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୪୫୯୫ ଜଣଙ୍କର ମୃତ୍ୟୁ ଘଟିଛି । ଉହାନରେ ଯେଉଁ ଡାକ୍ତର ପ୍ରଥମେ ଏହି କରୋନା ବିଷୟରେ ଜାଣିଥିଲେ, ତାଙ୍କର ମୃତ୍ୟୁ ହୋଇସାରିଛି । କରୋନା ଭାଇରସକୁ ଖୋଜିଥିବା ଆଉ ଜଣେ ଡାକ୍ତର ଆଇ ଫେନ୍ ଚୀନ୍ ବିରୋଧରେ ବଡ ଖୁଲାସା କରିଛନ୍ତି ।

ଆଇ ଫେନ କହିଛନ୍ତି ଯେ, ‘ମୋର ବହୁ ସାଥୀ ଏହି ରୋଗରେ ପୀଡିତ ଲୋକଙ୍କ ସେବା କରିବା ସମୟରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଡିସେମ୍ବରରେ ଯେତେବେଳେ ଆମେ ଏହି କରୋନା ଭାଇରସ ବିଷୟରେ କହିଲୁ, ସେବେ ସରକାର ଅଧିକାରୀମାନେ ଆମକୁ ଚୁପ୍ ରହିବାକୁ ଧମକ ଦେଲେ ।’
ଆଇ ଫେନ୍ ଏକ ଇଣ୍ଟରଭ୍ୟୁରେ କରୋନା ସମ୍ପର୍କିତ ସମସ୍ତ କଥା କହିଛନ୍ତି । ସେ ଉହାନ ସେଣ୍ଟ୍ରାଲ ହସ୍ପିଟାଲର ଜରୁରୀକାଳୀନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡିଛି । ଆଇ ବିଲଙ୍କ ସାଥୀ ଓ ଏହି ମାମଲାକୁ ସୋସିଆଲ ମିଡିଆରେ ଉଠାଇଥିବା ଡାକ୍ତର ଲି ବେନଲିୟଙ୍ଗ ଏବେ ଜେଲରେ ଅଛନ୍ତି ।

Get real time updates directly on you device, subscribe now.