fbpx

ଦୁନିଆର ଶେଷ ଧଳା ଜିରାଫ ଓ ତାର ଛୁଆକୁ ହତ୍ୟା

ଦୁନିଆରେ ଜିରାଫ ତ ସମସ୍ତେ ଦେଖିଥିବେ, କିନ୍ତୁ ଧଳା ଜିରାଫ ବହୁତ କମ ଦେଖିଥିବେ । ଏହି ଦୁର୍ଲଭ ଧଳା ଜିରାଫ ମଧ୍ୟରୁ ୨ ଟି ଜିରାଫକୁ ଶିକାରୀମାନେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ଏବେ ଦୁନିଆରେ କେବଳ ଗୋଟିଏ ଧଳା ଜିରାଫ ବାକି ରହିଛି । ତେବେ ଧଳା ଜିରାଫ ଏକ ଦୁର୍ଲଭ ପ୍ରାଣୀ ହୋଇଥିବା ବେଳେ ସେମାନେ କେବଳ କନ୍ୟାରେ ଥିଲେ।ହେଲେ ସେଠାରେ ଶିକାରିମାନେ ତାଙ୍କର ଶିକାର କରିଛନ୍ତି ।

ରିପୋର୍ଟ ମୁତାବକ, ୨୦୧୭ ରେ କନ୍ୟା ଅଞ୍ଚଳରେ ଏକ ଧଳା ରଙ୍ଗର ଜିରାଫ ଦେଖିବାକୁ ମିଳିଥିଲା । ଏହି ସମୟରେ ଧଳା ଜିରାଫଟି ନିଜର ଛୁଆକୁ ଧରି ଜଙ୍ଗଲ ବୁଲୁଥିଲା।

ଧଳା ଜିରାଫର ଫଟୋ ଇଣ୍ଟରନେଟରେ ଖୁବ ଭାଇରଲ ମଧ୍ୟ ହୋଇଥିଲା । କିନ୍ତୁ ଶିକାରୀମାନେ ଧଳା ଜିରାଫ ଓ ତାର ୭ ମାସର ଛୁଆକୁ ହତ୍ୟା କରିଛନ୍ତି । ଉତ୍ତର ପୂର୍ବ କନ୍ୟାର ଗରିସା କାଉଣ୍ଟିଙ୍ଗ ଗାଁରେ ଦୁହିଁଙ୍କ ଶବ ଉଦ୍ଧାର ହୋଇଛି । 

Get real time updates directly on you device, subscribe now.