fbpx

ଦଙ୍ଗା ମୁକାବିଲା ନେଇ ଦିଲ୍ଲୀ ପୋଲିସକୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ, ୧୧ା୩: ଦିଲ୍ଲୀ ଦଙ୍ଗାକୁ ନେଇ ଲୋକସଭାରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଦଙ୍ଗାରେ ମୃତ୍ୟୁ ଘଟିଥିବା ଲୋକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୃତକଙ୍କ ପରିବାର ସଦସ୍ୟ ପ୍ରତି ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି ଦଙ୍ଗାକୁ ଦେଶ ବିଦେଶରେ ଭିନ୍ନରଙ୍ଗ ଦେବାକୁ ଚେଷ୍ଟା କରାଗଲା । ୨୫ଫେବ୍ରୁଆରି ଠାରୁ କିନ୍ତୁ କୌଣସି ଦଙ୍ଗାର ଖବର ଆସିନି । ଦିଲ୍ଲୀ ପୋଲିସଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ଦଙ୍ଗା ବ୍ୟାପିବା ପୂର୍ବରୁ ଦିଲ୍ଲୀ ପୋଲିସ ରୋକିବାରେ ସକ୍ଷମ ହୋଇଛନ୍ତି । ଦଙ୍ଗା ପ୍ରଭାବିତ ଅଞ୍ଚଳରେ ୨୦ଲକ୍ଷ ଲୋକ ବସବାସ କରନ୍ତି । ମାତ୍ର ୧୨ଟି ଥାନା ଅଞ୍ଚଳରେ ଦଙ୍ଗାର ପ୍ରଭାବ ରହିଥିଲା । ଦିଲ୍ଲୀ ପୋଲିସ ମାତ୍ର ୩୬ଘଣ୍ଟା ମଧ୍ୟରେ ଦଙ୍ଗା ରୋକିଥିଲା । ଦଙ୍ଗା ଯୋଗୁଁ ୫୦ଜଣଙ୍କ ଜୀବନ ଯାଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି ।
ଏହାସହ ଦିଲ୍ଲୀ ହିଂସାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଦିଲ୍ଲୀ ହିଂସାର ତଦନ୍ତ ବୈଜ୍ଞାନିକ ଆଧାରରେ ଚାଲିଛି । ସେ କହିଛନ୍ତି ଯେ ମୋ ସଂସଦୀୟ କ୍ଷେତ୍ରରେ ଡ଼ୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ଥିଲା । କିନ୍ତୁ ଟ୍ରମ୍ପ ଭାରତ ଆସିଥିଲେ ବି ତାଙ୍କ ସହ ମୁଁ ନଥିଲି । ସିଏଏକୁ ନେଇ ମୁସଲମାନଙ୍କ ଭ୍ରମିତ କରାଯାଉଅଛି । ଏଥିରେ କାହାର ନାଗରିକତା ଯିବନି ବରଂ ନାଗରିକତା ଦିଆଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.