fbpx

ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ, ୧୧ା୩: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ରାଜ୍ୟସଭା ପଠାଇବା ନେଇ ସୂଚନା ମିଳିଛି । ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବିଜେପିର ୯ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ସିନ୍ଧିଆ ରହିଛନ୍ତି । ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା ଓ ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡ଼ି.ଶର୍ମାଙ୍କ ଉପସ୍ଥିତିରେ ଆଜି ବିଜେପିରେ ସାମିଲ ହୋଇଥିଲେ ଜ୍ୟୋତିରାଦିତ୍ୟ । ଉଲ୍ଲେଖଯୋଗ୍ୟ ଯେ ଗତକାଲି କଂଗ୍ରେସ ଛାଡ଼ିଥିଲେ ଜ୍ୟୋତିରାଦିତ୍ୟ ।

Get real time updates directly on you device, subscribe now.