fbpx

କରୋନା ଭାଇରସ, ଓଡ଼ିଶାରେ ୧୬ରୁ ୧୪ନମୁନା ନେଗଟିଭ୍

ଭୁବନେଶ୍ୱର, ୧୧ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । କରୋନା ନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶାରେ ୧୬ଟିରୁ ୧୪ ନମୁନା ନେଗେଟିଭ ଆସିଛି । ଏହି କରୋନା ଭାଇରସ୍ ୧୧୦ଟି ଦେଶକୁ ବ୍ୟାପିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ବିଶ୍ୱରେ ୧.୨୧ ଲକ୍ଷ ଲୋକ କରୋନା ସଙ୍କ୍ରମିତ ହୋଇଥିବା ନେଇ ସୂଚନା ରହିଛି । କରୋନାରେ ସାରା ବିଶ୍ୱରେ ୪,୩୬୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ଭାରତରେ ୬୨ଜଣ ଏହି ଭୂତାଣୁରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.