fbpx

୪୦ କୋଟି ଗ୍ରାହକଙ୍କୁ ବଡ ଫାଇଦା ! ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ନିୟମକୁ ବନ୍ଦ କଲା ଏସବିଆଇ

ନୂଆଦିଲ୍ଲୀ,୧୧ ।୩: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକମାନଙ୍କ ପାଇଁ ଆଣି ଦେଇଛି ଖୁସି ଖବର । ଏଣିକି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିଲେ ବି କଟିବ ନାହିଁ ଟଙ୍କା । ସଞ୍ଚୟ ଆକାଉଣ୍ଟଧାରୀମାନଙ୍କ ସର୍ବନିମ୍ନ ବାଲାନ୍ସ ଚାର୍ଜକୁ ହଟାଇଦେଇଛି ଏସବିଆଇ । ଅଧିକ ସମୟ ଧରି ସର୍ବନିମ୍ନ ବାଲାନ୍ସରୁ ଚାର୍ଜ ନେଇ ସମାଲୋଚିତ ହୋଇଆସୁଥିଲା ଏସବିଆଇ । ବ୍ୟାଙ୍କର ଏହି ନିଷ୍ପତ୍ତି ପାଇଁ ୪୦ କୋଟିରୁ ଅଧିକ ଆକାଉଣ୍ଟଧାରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ସମୟରେ ବିଭିନ୍ନ ବର୍ଗର ଏସବିଆଇ ଆକାଉଣ୍ଟଧାରୀମାନେ ନିଜ ଆକାଉଣ୍ଟରେ ୧୦୦୦ରୁ ୩୦୦୦ ଟଙ୍କା ସର୍ବନିମ୍ନ ବାଲାନ୍ସ ରଖୁଛନ୍ତି । ସର୍ବନିମ୍ନ ବାଲାନ୍ସ ନଥିଲେ ଆକାଉଣ୍ଟରୁ ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କାଟି ନେଉଥିଲା ବ୍ୟାଙ୍କ । ଏଣିକି ସର୍ବନିମ୍ବ ବାଲାନ୍ସ ଚାର୍ଜକୁ ହଟାଇବା ପାଇଁ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି । ଏହା ଦ୍ୱାରା ଗ୍ରାହକଙ୍କ ଭରଷା ବଢିବ ବୋଲି ସେ ମତ ଦେଇଛନ୍ତି ।

Get real time updates directly on you device, subscribe now.