fbpx

RMRCରେ ଆରମ୍ଭ ହେଲା କରୋନା ପରୀକ୍ଷା

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଆରଏମଆରସିରେ କରୋନା ଭୂତାଣୁ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପରୀକ୍ଷଣ ପାଇଁ ରାଜ୍ୟ ବାହାରକୁ ପଠା ଯାଉଥିଲା ରକ୍ତ ନମୁନା । କିନ୍ତୁ ବର୍ତ୍ତମାନ ବହୁତ ଶୀଘ୍ର ରକ୍ତ ନମୂନା ନିଜ ରାଜ୍ୟରେ ପରୀକ୍ଷଣ କରାଯାଇପାରିବ ।

ଅନ୍ୟପଟେ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାର ୫୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ୧ଲକ୍ଷ ୨୪ହଜାର ୭୭୭ ଆକ୍ରାନ୍ତ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । ୬୭ ହଜାର କରୋନା ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇପାରି ନାହାନ୍ତି ବୋଲି ସୂଚନା ମିଳିଛି । ଭାରତରେ ୭୩ଜଣ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.