fbpx

ୟେସ୍ ବ୍ୟାଙ୍କ ପ୍ରସଙ୍ଗ, ବିଜୟ ସାହୁଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନେଇ ବିରୋଧୀମାନେ ଅଭିଯୋଗ କରିଥିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ । ୨୦୧୯ରେ ସେ ୟୁରୋପ ଯାଇନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ଆସିଥିବା ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଟଙ୍କା ଜମା ପଛରେ ବିଜୟଙ୍କ ହାତ ଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କମିଶନ ଟଙ୍କାରେ ବିଜୟ ବିଦେଶ ଗସ୍ତ କରିଥିବା ଅଭିଯୋଗ ମଧ୍ୟ କରିଥିଲେ ବିରୋଧୀ ।

Get real time updates directly on you device, subscribe now.