fbpx

କରୋନା ଭାଇରସ୍, ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ନେଇ ସମସ୍ତ ବିଧାୟକଙ୍କୁ ସଚେତନ କରାଯାଇଛି । ବିଧାନସଭା ସମ୍ମିଳନୀ କକ୍ଷରେ ବିଧାୟକଙ୍କୁ କରୋନାକୁ ନେଇ ସଚେତନ କରାଯାଇଛି । ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ସଚେତନ ବିଧାୟକ କରାଇବେ । ଏନେଇ ପ୍ରଥମେ ହାତ ଧୋଇ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ ଓ ବିଭିନ୍ନ ଦଳର ବିଧାୟକ ମଧ୍ୟ ହାତ ଧୋଇଛନ୍ତି । ଏହାସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ କରୋନା ଠାରୁ ରକ୍ଷା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉଚିତ୍ । ହାତକୁ ବାରମ୍ବାର ଭଲ ଭାବେ ଧୋଇବା ଆବଶ୍ୟକ । କାର୍ଯ୍ୟାଳୟରେ ଟେବୁଲ, ଅନ୍ୟ ସାମଗ୍ରୀ ଭଲ ଭାବେ ସଫା କରିବା ଆବଶ୍ୟକ ।

Get real time updates directly on you device, subscribe now.