fbpx

କରୋନା ଭାଇରସ୍, ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭ା୩(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ନେଇ ସାରା ବିଶ୍ୱର ଲୋକମାନେ ବର୍ତ୍ତମାନ ଭୟଭିତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ କରୋନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ଭାଇରସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନରେ ଏକ ସମୀକ୍ଷା ବୈଠକ କରିଥିଲେ ଯାହା ବର୍ତ୍ତମାନ ଶେଷ ହୋଇଛି । ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ମୁଖ୍ୟମନ୍ତ୍ରୀ ରୋକ୍ ଲଗାଇଥିବା ନେଇ ସୂଚନା ମିଳିଛି । ରାଜ୍ୟରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାରେ ଜିଲ୍ଲାପାଳ ସମୀକ୍ଷା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାସହ ଆବଶ୍ୟକ ପଡ଼ିଲେ କମିଟି ଗଠନ କରିପାରିବେ ବୋଲି ସେ କହିଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ମାସ୍କ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗରେ ବାୟୋମେଟ୍ରିକ ବ୍ୟବସ୍ଥା କୋହଳ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.