fbpx

କ୍ୟାପିଟାଲ ହସ୍ପିଟାଲରେ ଦୁଇ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଦୁଇ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଚିକିତ୍ସା ଚାଲିଛି । ଦୁଇ ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ । ଉଭୟଙ୍କ ରିପୋର୍ଟ ନଆସିବା ଯାଏଁ ସେମାନଙ୍କୁ ହସ୍ପିଟାଲରେ ରଖାଯିବ । ଏହାସହ ହସ୍ପିଟାଲରେ ଉଭୟଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯିବ ।

ସାରା ବିଶ୍ୱରେ କରୋନା ଭାଇରାସ ସ୍ଥିତି ଅଣଆୟତ ହେବାରେ ଲାଗିଛି । ଏନେଇ ଚାରିଆଡ଼େ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କରୋନାରେ ଚୀନରେ ୩୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହେଲାଣି । ସେହିପରି ଭାରତରେ ମଧ୍ୟ ୩୧ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.