fbpx

କରୋନା ଭାଇରସ୍, ହୋଲି ଖେଳିବେନି ରାଜ୍ୟପାଳ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ହୋଲି ଖେଳିବେନି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । କୌଣସି ହୋଲି ଉତ୍ସବରେ ସେ ଯୋଗ ଦେବେ ନାହିଁ । କରେନା ସତର୍କତା ନେଇ କୌଣସି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । କରୋନା ସତର୍କତା ଓ ଜନସଚେତନତା ସୃଷ୍ଟି ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ସାରା ବିଶ୍ୱରେ କରୋନା ଭାଇରାସ ସ୍ଥିତି ଅଣଆୟତ ହେବାରେ ଲାଗିଛି । ଏନେଇ ଚାିଆଡ଼େ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କରୋନାରେ ଚୀନରେ ୩୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହେଲାଣି । ସେହିପରି ଭାରତରେ ମଧ୍ୟ ୩୧ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.