fbpx

କରୋନା ଭାଇରସ୍, ମାଗଣାରେ ଦିଆଯିବ ମାସ୍କ

ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଚାରିଆଡ଼େ ଭୟର ଆତଙ୍କ ମଧ୍ୟ ଖେଳିଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ହୋଇଛି । କରୋନା ସ୍ଥିତି ସମୀକ୍ଷା ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ମାସ୍କ ଓ ସାନିଟାଇଜର କଳାବଜାରୀ ହେଉଥିବା ଖବର ଆସିଛି । ଜଣେ ସୁସ୍ଥ ଲୋକ ପାଇଁ ମାସ୍କର କୌଣସି ଆବଶ୍ୟକତା ନାହିଁ । କାଶ, ଛିଙ୍କ ହେଉଥିବା ବ୍ୟକ୍ତିଙ୍କୁ ମାସ୍କ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ମାସ୍କ ଦିଆଯିବ । କେବଳ ସାନିଟାଇଜର ନୁହେଁ ସାବୁନରେ ହାତ ଧୋଇଲେ ବି ଭଲ ବୋଲି ପରାମର୍ଶ ଦିଆଯାଇଛି । ସବୁ ବିଭାଗ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କୁ ସଚେତନ କରାଯିବ । କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.