fbpx

ଇସ୍ରୋକୁ ବଡ଼ ସଫଳତା, କାର୍ଟୋସାଟ-୩ ସାଟେଲାଇଟର ସଫଳ ଉତକ୍ଷେପଣ

ଶ୍ରହରିକୋଟା, ୨୭ା୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ଆଉ ଏକ ବଡ଼ ସଫଳତା ମିଳିଛି । ଶ୍ରୀହରିକୋଟାରୁ କାର୍ଟୋସାଟ-୩ ସାଟେଲାଇଟର ସଫଳ ଉତକ୍ଷେପଣ କରାଯାଇଛି । କକ୍ଷପଥରେ ଅବସ୍ଥାପିତ ହୋଇଛି ଇସ୍ରୋର ଏହି କାର୍ଟୋସାଟ୍-୩ । ବିଶ୍ୱର ସବୁଠୁ ଶକ୍ତିଶାଳୀ ସାଟେଲାଇଟ ମଧ୍ୟରେ ଏହା ଅଛି । ଏହାସହ ମହାକାଶରୁ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଏହା ଭଲ ଭାବରେ ନଜର ରଖିବ । ଆମେରିକାର ୧୩ଟି ନାନୋ ସାଟେଲାଇଟ ମଧ୍ୟ କକ୍ଷ ପଥରେ ଅବସ୍ଥାପିତ ହୋଇଛି । ଉତକ୍ଷେପଣର ୨୭ମିନିଟ ମଧ୍ୟରେ ଅରବିଟରେ ୧୪ଟି ସାଟେଲାଇଟ ପହଞ୍ଚିବ । ୧୪ଟି ସାଟେଲାଇଟ ମଧ୍ୟରେ କାର୍ଟୋସାଟ-୩ ରହିଛି । କାର୍ଟୋସାଟ୍-୩ର ଜୀବନକାଳ ୫ବର୍ଷ । ସମସ୍ତ ସାଟେଲାଇଟକୁ ପିଏସଏଲଭି ସି-୪୭ ରକେଟରେ ଛଡ଼ାଯାଇଥିଲା ବୋଲି ସୂଚନା ରହିଛି । ମାର୍ଚ୍ଚ ସୁଦ୍ଧା ୧୩ଟି ମିସନ ସଫଳ କରିବା ଲକ୍ଷ୍ୟରେ ଇସ୍ରୋ ଅଛି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି ।

Get real time updates directly on you device, subscribe now.