fbpx

ମହାରାଷ୍ଟ୍ରରେ ଶପଥ ଗ୍ରହଣ କଲେ ନୂଆ ବିଧାୟକ

ମହାରାଷ୍ଟ୍ର,୨୭ା୧୧: ମହାରାଷ୍ଟ୍ରରେ ରାଜନୀତି ପାଣିପାଗ ଉଷ୍ମ ରହିଛି । ଏହାରି ମଧ୍ୟରେ ଆଜି ମହାରାଷ୍ଟ୍ର ନୂଆ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୋଇଛି । ସେଠାରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ । ନୂଆ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି କାଳୀଦାସ କୋଲମ୍ବକର । ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ସେ ଶିବାଜୀ ପାର୍କରେ ଶପଥ ପାଠ କରିବେ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଦେବେନ୍ଦ୍ର ଫଡ଼ନଭିସ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.