fbpx

ବାବା ରାମଦେବଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ, ଭ୍ରମାତ୍ମକ ଔଷଧକୁ ନେଇ ରହିଛି ଅଭିଯୋଗ

କରୋନାର ଚିକିତ୍ସାରେ ୧୦୦% ସୁସ୍ଥ ହେଉଥିବା ଦାବି ସହିତ ଲଞ୍ଚ ହୋଇଥିବା ପତଞ୍ଜଳିର ‘କୋରୋନିଲ ଆୟୁର୍ବେଦିକ ଔଷଧ ଏବେ ବାବାଦେବଙ୍କୁ ଅସୁବିଧାରେ ପକାଇଛି । ଜୟପୁରରେ କରୋନା ଔଷଧ ପାଇଁ ବାବା ରାମଦେବଙ୍କ ସମେତ ଅନ୍ୟ ୪ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋରୋନିଲକୁ କରୋନା ଔଷଧ କହି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି ।

ତେବେ କରୋନା ମହାମାରୀକୁ ମାତ୍ର ୭ ଦିନରେ ଭଲ କରି ଦେଉଥିବା ଔଷଧ ‘କୋରୋନିଲ’ର ଲଞ୍ଚ ପରଠାରୁ ହିଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯୋଗଗୁରୁ ବାବା ରାମଦେବ । ଏହା ପୂର୍ବରୁ ଆୟୁଷ ମନ୍ତ୍ରାଳୟ ଏହି ଔଷଧର ଦାବି ଓ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ମହାରାଷ୍ଟ୍ର ଓ ରାଜସ୍ଥାନ ସରକାର ଏହି ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । କେରୋନିଲକୁ କ୍ଲିନିକାଲ ଟ୍ରାଏଲ କରିଥିବା ଏନଆଇଏମଏସର ସଭାପତି ମଧ୍ୟ ଏହି ମାମଲାକୁ ରଦ୍ଦ କରିଛନ୍ତି । ଏଥିସହ ବାବା ରାମଦେବ ଓ ତାଙ୍କର ୪ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.