fbpx
BJD SKY
BJD SKY

ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି : ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ, ୨୭ା୬: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନ ଦେଇ କହିଛନ୍ତି ଯେ ଆମେ ସତର୍କ ଓ ସଜାଗ ରହିବା ଜରୁରୀ । କରୋନା ମୁକାବିଲା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି । କରୋନାକୁ ନେଇ ଆମକୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ଦେଶରେ କରୋନାରୁ ସୁସ୍ଥ ହେବା ହାର ଦିନକୁ ଦିନ ବୃଦ୍ଧି ପାଉଛି । ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି । ଆବଶ୍ୟକତା ନଥିଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ବୋଲି ସେ କହିଛନ୍ତି । ସତର୍କ ଓ ସଜାଗ ରହିଲେ ଯାଇ ଆମେ କରୋନାକୁ ହରାଇ ପାରିବା ।

ତେବେ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮ହଜାରକୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୧୫ହଜାର ୬୮୫ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨ଲକ୍ଷ ୯୫ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି ଓ ଏବେ ବି ୧ଲକ୍ଷ ୯୭ହଜାର ୩୮୭ ଜଣ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.