fbpx

ଏହି ଦ୍ୱୀପରେ ରାଜ୍ କରନ୍ତି ବିଲେଇ, ମନୁଷ୍ୟ ଠାରୁ ଦ୍ୱିଗୁଣା ଏମାନଙ୍କ ସଂଖା

Advertisement

ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯାହା ସେଠାରେ ଥିବା ବିଶେଷତ୍ୱ କାରଣରୁ ପ୍ରସିଦ୍ଧ ଅଟେ । ଏହି ପର୍ଯ୍ୟାୟରେ ଆମେ ଆପଣଙ୍କୁ ଏପରି ଦ୍ୱୀପ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଣିଷ ଅପେକ୍ଷା ବିଲେଇମାନେ ଅଧିକ ସଂଖ୍ୟାରେ ବାସ କରିଥାନ୍ତି । ଏହି ଦ୍ୱୀପକୁ ‘Cat Island’ ମଧ୍ୟ କୁହାଯାଏ ।

ପୂର୍ବ ଭୂମଧ୍ୟସାଗର(Mediterranean Sea)ରେ ଅବସ୍ଥିତ Cyprus Island ଯେଉଁଠି ଅଧିକାଂଶ ବିଲେଇମାନେ ବସବାସ କରିଥାନ୍ତି । ରିପୋର୍ଟରୁ ପ୍ରକାଶ ଏହି ଦ୍ୱୀପରେ ପ୍ରାୟ ୧୫ ଲକ୍ଷ ବିଲେଇ ରହୁଥିବା ବେଳେ ଲୋକସଂଖ୍ୟା ୧୨ ଲକ୍ଷ ପାଖାପାଖି ଅଟେ । ଏହି ଦ୍ୱୀପରେ ରହୁଥିବା ଲୋକମାନେ ମଧ୍ୟ ବିଲେଇମାନଙ୍କ ସହ ରହିବାରେ ଅଭ୍ୟସ୍ତ ହୋଇଯାଇଛନ୍ତି ।

କେଉଁଠୁ ଆସିଲେ ଏତେ ସଂଖ୍ୟାରେ ବିଲେଇ ?

ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡ଼େ ଯେ ‘ରୋମ’ର ରାଣୀ ସେଣ୍ଟ ହେଲେନା ଇଜିପ୍ଟରୁ ତାଙ୍କ ସହ ସହସ୍ର ସଂଖ୍ୟାରେ ବିଲେଇ ଆଣିଥିଲେ । ତାଙ୍କ ଦେଶରୁ ସାପ ଗୁଡ଼ିକୁ ଘଉଡ଼ାଇବା ପାଇଁ ଏଭଳି ନିଆରା ପନ୍ଥା ଆପଣାଇଥିଲେ । ସେହିପରି ଅନ୍ୟ ଏକ ମାନ୍ୟତା ଅନୁଯାୟୀ ପ୍ରାଚୀନ ଇଜିପ୍ଟର ରାଣୀ cleopatra ବିଲେଇମାନଙ୍କୁ ଆଣିଥିଲେ ।

ଜାପାନରେ ମଧ୍ୟ ରହିଛି ‘Cat Island’

ଦକ୍ଷିଣ ଜାପାନର Aoshima and Tashiro-jima Island କୁ ‘Cat Island’ ବୋଲି କୁହାଯାଏ । ଏହି ଦ୍ୱୀପରେ ବିଲେଇମାନଙ୍କ ସଂଖ୍ୟା ମନୁଷ୍ୟମାନଙ୍କ ଠାରୁ ୬ ଗୁଣା ଅଧିକ । ପୂର୍ବରୁ ଏହି ଦ୍ୱୀପରେ ଲୋକମାନେ ରେଶମର ଉତ୍ପାଦନ ପାଇଁ ରେଶମ ପୋକ ଚାଷ କରୁଥିଲେ । ସାଧାରଣତଃ ରେଶମ ପୋକ ମୂଷାମାନଙ୍କ ଖାଦ୍ୟ ଅଟନ୍ତି । ତେଣୁ ମୂଷାମାନଙ୍କ ଉପଦ୍ରବକୁ କମ୍ କରିବା ପାଇଁ ବିଲେଇମାନଙ୍କୁ ରଖାଯାଇଥିଲା । ସେଠିକାର ଲୋକମାନେ ବିଲେଇକୁ ଶୁଭ ବୋଲି ଭାବନ୍ତି ।

Get real time updates directly on you device, subscribe now.