fbpx
BSKY
BJD MC SKY
BJD YOUTH SKY

(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌

ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି ବିରାଟ ଗୁଣି କଲେ ଆଉ ୱିକେଟ ପଡ଼ିଗଲା । ହଁ ଆଜ୍ଞା, ବିଶ୍ୱକପ୍‌ରେ ଯେମିତି ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବଲକୁ କିଛି କହିଲା ପରେ ସଙ୍ଗେ ସଙ୍ଗେ ୱିକେଟ ପଡ଼ିଥିଲା ଠିକ ସେମିତି ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଟେଷ୍ଟରେ ମଧ୍ୟ ବିରାଟ କଳା ଯାଦୁ କରିଛନ୍ତି ବୋଲି ଏବେ ମଜାଦାର କଥା ଚର୍ଚ୍ଚା ହେଉଛି । କାରଣ ଦକ୍ଷିଣ ଆଫ୍ରିକା ସହ ସେମିତି ହିଁ କିଛି ଘଟି ଯାଇଛି । ବିରାଟ ୱିକେଟ ବେଲକୁ ଛୁଇଁଲା ମାତ୍ରେ ୱିକେଟ ପଡ଼ିଯାଇଛି ।

ଖବର ମୁତାବିକ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୫ ରନ୍ ସଂଗ୍ରହ କରିଥିଲା । ତେବେ ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା । ଡିନ୍ ଏଲଗର ଏବଂ ଟୋନି ଡି ଜର୍ଜ ମଇଦାନ ଉପରେ ବ୍ୟାଟିଂ କରୁଥିଲେ । ଉଭୟଙ୍କର ପାର୍ଟନରସିପ୍ ୧୦୪ ରନ୍ ହୋଇଯାଇଥିଲା । କିନ୍ତୁ ଉଇକେଟ ପଡ଼ୁ ନଥିଲା । ଆଉ ଏତିକି ବେଳେ ବୋଲିଂ କରିବା ପାଇଁ ଆସିଥିଲେ ବୁମରା । ତେବେ ବୁମରାଙ୍କର ୪ର୍ଥ ବଲରେ ବିରାଟ ୱିକେଟ ପାଖକୁ ଆସି ୱିକେଟର ବେଲକୁ ବଦଳାଇଦେଇଥିିଲେ । ଯାହାପରେ ବୁମରାଙ୍କର ଶେଷ ବଲରେ ପଡ଼ିଥିଲା ଟୋନି ଡି ଜର୍ଜଙ୍କର ୱିକେଟ । ଯାହାପରେ ଏବେ ଚର୍ଚ୍ଚା ହେଉଛି କି ବିରାଟ କିଛି କଳା ଯାଦୁ କରିଦେଲେ ଯାହାପରେ ୱିକେଟ ଗଲା ।

Get real time updates directly on you device, subscribe now.