fbpx
BSKY SKY
BSKY SKY

କ୍ରିକେଟରରୁ ହେଲେ କନମ୍ୟାନ: ଋଷଭ ପନ୍ତଙ୍କୁ ୧.୬ କୋଟି ଟଙ୍କାର ଚୂନ ଲଗାଇଲେ ଏହି ପୂର୍ବତନ କ୍ରିକେଟର

BSKY

ନୂଆଦିଲ୍ଲୀ: ଭାରତରେ କ୍ରିକେଟ ପାଇଁ ଲୋକମାନଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପାଗଳାମି ଦେଖିବାକୁ ମିଳିଥାଏ । ଏପରିକି ଅନେକ କ୍ରିକେଟରଙ୍କୁ ଲୋକମାନେ ସେମାନଙ୍କର ଆଇଡଲ ବୋଲି ମାନିଥାନ୍ତି । କିନ୍ତୁ ଯଦି ଜଣେ କ୍ରିକେଟର କୁଖ୍ୟାତ ଠକ ପାଲଟିଯାଏ ତେବେ? କଥାଟି ଅଜବ ଲାଗିଲେ ମଧ୍ୟ ସତ । ଭାରତୀୟ କ୍ରିକେଟ ଟିମର ଅଣ୍ଡର-୧୯ ଟିମର ପୂର୍ବତନ ଖେଳାଳି ମୃଣାଙ୍କ ସିଂହଙ୍କୁ ଦିଲ୍ଲୀ ପୁଲିସ ଠକାମି ଏବଂ ଜାଲିଆତି ମାମଲାରେ ଆଜି ଗିରଫ କରିଛି ।

ତେବେ ଏହା ମଧ୍ୟରେ ସବୁଠାରୁ ବଡ଼ ଘଟଣା ହେଉଛି ଭାରତୀୟ କ୍ରିକେଟ ଟିମର କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଧ୍ୟ ମୃରାଙ୍କ ଏହି ଜାଲରେ ଫସିଯାଇଥିବା ଜଣାପଡ଼ିଛି । ତେବେ ସେ ଋଷଭଙ୍କୁ ଠକି ତାଙ୍କଠାରୁ ୧.୬୩ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ତେବେ ପୁଲିସ ତାଙ୍କୁ ଗିରଫ କରିଥିବା ସ୍ଥାନରୁ ସେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି । ଏହା ଛଡ଼ା ସେ ଅନେକ ମଡେଲ, ଅନେକ ହୋଟେଲ ଏବଂ ଅନେକ ବିତ୍ତଶାଳୀ ଲୋକଙ୍କୁ ମଧ୍ୟ ଠକି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।

ତେବେ ସେ ଆଜି ପର୍ଯ୍ୟନ୍ତ ସେ ଲଗାତାର ପୁଲିସକୁ ଚକମା ଦେଇ ଆସୁଥିଲେ । ତେବେ ଦିଲ୍ଲୀ ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମୃଣାଙ୍କ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ଖେଳୁଥିଲେ । ଏହା ସହିତ ସେ ଆଇପିଏଲରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ଖେଳିଥିବା ସୂଚନା ମିଳିଛି । ଏହା ସହିତ ସେ କର୍ଣ୍ଣାଟକର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବୋଲି ନିଜର ପରିଚୟ ଦେଇ ବିଳାସମୟ ହୋଟେଲରେ ଅନେକ ଦିନ ଧରି ମାଗଣାରେ ରହିଆସୁଥିଲା । ଏପରିକି ସେ ଦିଲ୍ଲୀର ଏକ ବିଳାସମୟ ତାଜ ପ୍ୟାଲେସ ହୋଟେଲରେ ପ୍ରାୟ ଏକ ସପ୍ତାହ ରହିବା ପରେ ପ୍ରାୟ ୫.୫ ଲକ୍ଷଟଙ୍କାର ବିଲ ପୈଠ ନକରି ସେଠାରୁ ଚାଲିଯାଇଥିଲା ।

ଏହି ଚୋରି ଟଙ୍କାରେ ସେ ବିଦେଶରେ ବେଶ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଜଣାପଡ଼ିଛି । ତେବେ ଏନେଇ ଏକ ଭିଡିଓ ମଧ୍ୟ ଅଭିଯୁକ୍ତଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଛି ।

 

View this post on Instagram

 

A post shared by Mrinank Singh (@mrinank_singh)

Get real time updates directly on you device, subscribe now.