fbpx

STF ଉପରକୁ ୧୫ ରାଉଣ୍ଡ ଫାୟାରିଂ! ଖସିଗଲେ ଗୋରୁ ଚାଲାଣକାରୀ, ଦୁଇ ଡ୍ରାଇଭର ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ଏକ ବଡ଼ ଘଟଣା ଘଟିଯାଇଛି । ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉପରକୁ ଗୁଳିମାଡ଼ କରିଛନ୍ତି ଗୋରୁ ଚାଲାଣକାରୀ । ମୋଟ ୫ଟି ଗୋରୁ ବୋଝେଇ ଟ୍ରକ ଏସଟିଏଫ ଜବତ କରିଥିଲା । ପୋଲିସ ୨ଟି ଗାଡ଼ି ଜବତ କରିବା ସହ ୨ ଡ୍ରାଇଭରଙ୍କୁ ଅଟକ ରଖିଛି । ତେବେ ଗୋରୁ ଚାଲାଣକାରୀମାନେ ଏସଟିଏଫ ଉପରୁ ୧୦-୧୫ ରାଉଣ୍ଡ ଫାୟାରିଂ କରି ୩ଟି ଗୋରୁ ଗାଡ଼ି ଛଡ଼ାଇ ନେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୫ଟି ଗୋରୁ ବୋଝେଇ କଣ୍ଟେନରକୁ ପିଛା କରିଥିଲା ଏସଟିଏଫ । ସୋହେଲାରୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିଲା । ଖବର ପାଇ ଏସଟିଏଫ ଉକ୍ତ କଣ୍ଟେନରକୁ ପିଛା କରିବାରୁ କେନ୍ଦୁଝର ଏସଟିଏଫ ଓ ଗୋରୁ ଚାଲାଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଚାଲାଣକାରୀମାନେ ଗୋରୁ ବୋଝେଇ କଣ୍ଟେନରଗୁଡ଼ିକୁ ନେବା ପାଇଁ ଫାୟାରିଂ କରିବାକୁ ମଧ୍ୟ ପଛାଇ ନଥିଲେ ।

ତେବେ ମୋଟ ୫ଟି କଣ୍ଟେନର ମଧ୍ୟରୁ ଏସଟିଏଫ ୨ଟି ଜବତ କରିଥିବା ବେଳେ ଗୋରୁ ଚାଲାଣକାରୀମାନେ ୩ଟି ନେଇ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ଗୁଳିମାଡ଼ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଜୁଡ଼ିଆ ଘାଟି ନିକଟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଧରାପଡ଼ିଥିବା ୨ ଡ୍ରାଇଭରଙ୍କୁ ଏସଟିଫ ପକ୍ଷରୁ ପଚରାଉଚରା ଜାରି ରହିଛି । ତେବେ ଆତ୍ମରକ୍ଷା ପାଇଁ ଏସଟିଏଫ ମଧ୍ୟ ୨ ରାଉଣ୍ଡ ଗୁଳିଚାଳନା କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.